ଖରା ତାତିରୁ ମୁକ୍ତି ପାଇବେ ରାଜ୍ୟବାସୀ, ୯ରୁ ଆରମ୍ଭ ବର୍ଷା, ସୃଷ୍ଟି ହେଲା ଲଘୁଚାପ

ସୃଷ୍ଟି ହେଲା ଲଘୁଚାପ: ୯ରୁ ବର୍ଷା

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ରାଜ୍ୟବାସୀଙ୍କୁ କଲବଲ କରୁଛି। କିନ୍ତୁ ୯ ତାରିଖରୁ ଲୋକେ ତାତିରୁ ଆଶ୍ୱସ୍ତି ପାଇବେ। ବର୍ତ୍ତମାନ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାଗରେ ଲଘୁଚାପ ସୃଷ୍ଟି ହୋଇଛି।

୮ ଯାଏଁ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ୪୮ ଘଣ୍ଟା ସାମାନ୍ୟ ଉତ୍ତର ଆଡ଼କୁ ଗତି କରିବ। ଏହି ପ୍ରଭାବରେ ୯ ତାରିଖରୁ ଆରମ୍ଭ ହେବ ବର୍ଷା।