fbpx

ଏଣିକି ‘Voice Message’ ମାଧ୍ୟମରେ କରିପାରିବେ ଏଲପିଜି ସିଲିଣ୍ଡର ବୁକିଂ, BPCL ଲଞ୍ଚ କଲା ନୂଆ ସର୍ଭିସ୍

ନୂଆଦିଲ୍ଲୀ: ପୂର୍ବ ପରି ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡ଼ା ହେବାକୁ ପଡ଼ୁନାହିଁ । ଏବେ ମିସଡ କଲ ବା ମେସେଜ୍ ମାଧ୍ୟମରେ ସିଲିଣ୍ଡର ବୁକିଂ କରିବା ସମ୍ଭବ ହେଉଛି । ଅଇଲାଇନରେ ପଇସା ଜମା ହୋଇଯିବା ପରେ ପରବର୍ତ୍ତୀ ଦିନେ ଦୁଇଦିନ ମଧ୍ୟରେ ସିଲିଣ୍ଡର ଘରେ ପହଞ୍ଚି ଯାଉଛି । ଦିନକୁ ଦିନ ଏନେଇ ନୂଆ ନୂଆ ଟେକନିକ୍ ବାହାରିବାରେ ଲାଗିଛି । ନିକଟରେ ସରକାରୀ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ) ପକ୍ଷରୁ ଭଏସ୍ ବେସଡ ଡିଜିଟାଲ ପେମେଣ୍ଟ ଫ୍ୟାସିଲିଟି ଲଞ୍ଚ କରାଯାଇଛି । ଏଥିପାଇଁ ସ୍ମାର୍ଟଫୋନ ବା ଇଣ୍ଟରନେଟର ଆବଶ୍ୟକତା ନାହିଁ, ସାଧାରଣ ଫୋନରେ ଭଏସ୍ ମେସେଜ୍ ପଠାଇ ଆପଣମାନେ ଗ୍ୟାସ୍ ସିଲିଣ୍ଡର ବୁକିଂ କରିପାରିବେ ।

ଏନେଇ ବିପିସିଏଲ ପକ୍ଷରୁ କୁହାଯାଇଛି ଯେ, ଭଏସ୍ ବେସଡ୍ ଡିଜିଟାଲ ପେମେଣ୍ଟ ସୁବିଧା ପ୍ରଦାନ ପାଇଁ ଅଲଟ୍ରାକ୍ୟାଶ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ସହ ବୁଝାମଣା କରାଯାଇଛି । ଏଥିପାଇଁ ଭାରତ ଗ୍ୟାସର ଗ୍ରାହକମାନେ ୟୁପିଆଇ୧୨୩ପେ ମାଧ୍ୟମରେ ସିଲିଣ୍ଡର ବୁକିଂ କରିପାରିବେ । ଏହି ସୁବିଧା ଗ୍ରାମାଞ୍ଚଳର ପାଖାପାଖି ୪ କୋଟି ଗ୍ରାହକ ଉଠାଇ ପାରିବେ ।

ଅଲଟ୍ରାକ୍ୟାଶ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡର ଏକ ମୋବାଇଲ ପେମେଣ୍ଟ ଆପ ହେଉଛି ଅଲଟ୍ରାକ୍ୟାଶ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଏହି ଆପକୁ ମଞ୍ଜୁରୀ ପ୍ରଦାନ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ୟୁପିଆଇ୧୨୩ପେର ଶୁଭାରମ୍ଭ ନେଇ ଘୋଷଣା କରିଥିଲେ । ଦେଶର ପ୍ରଥମ କମ୍ପାନୀ ଭାବେ ବିପିସିଏଲ ୟୁପିଆଇ୧୨୩ପେ ସେବାକୁ ଆରମ୍ଭ କରିଛି ।

Get real time updates directly on you device, subscribe now.