fbpx

ଗ୍ରାହକଙ୍କୁ ଝଟକା: କ୍ଷୀର, ପେଟ୍ରୋଲ-ଡିଜେଲ ପରେ ଏବେ ବଢ଼ିଲା ଏଲପିଜି ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ଟଙ୍କା

ନୂଆଦିଲ୍ଲୀ: ଭାରତବର୍ଷରେ ଏବେ କେବଳ ମହଙ୍ଗା ମାଡ଼ର ଋତୁ ଚାଲିଛି । କିଛିଦିନ ପୂର୍ବରୁ କ୍ଷୀରର ଦାମ୍ ୨-୫ ଟଙ୍କା ବୃଦ୍ଧି ପାଇଥିଲା । ଏହାପରେ ପେଟ୍ରୋଲ-ଡିଜେଲ ଦର ବଢ଼ିଥିଲା । ତେବେ ସେତିକିରେ ଗ୍ରାହକଙ୍କ ଚିନ୍ତା ହଟିନାହିଁ, ଆଜି ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଗତ ବର୍ଷ ଅକ୍ଟୋବର ୬ ତାରିଖରେ ଶେଷଥର ପାଇଁ ଏଲପିଜିର ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଥିଲା ।

୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡର ୫୦ ଟଙ୍କା ମହଙ୍ଗା ହେବା ଫଳରେ ଗ୍ରାହକଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଛି । ଦିଲ୍ଲୀରେ ଏଲପିଜିର ମୂଲ୍ୟ ୮୯୯.୫୦ରୁ ବୃଦ୍ଧି ପାଇ ଏବେ ୯୪୯.୫ ଟଙ୍କାରେ ପହଞ୍ଚି ଯାଇଛି । କୋଲକାତାରେ ଏଲପିଜିର ଦର ୯୨୬ରୁ ୯୭୬ ଟଙ୍କାକୁ, ଲକ୍ଷେ୍ନøରେ ୯୩୮ରୁ ୯୮୭.୫ ଟଙ୍କାକୁ, ପଟନାରେ ୯୯୮ରୁ ୧୦୩୯.୫ ଟଙ୍କାକୁ, ମୁମ୍ବାଇରେ ୮୯୯.୫ରୁ ୯୪୯.୫ ଟଙ୍କାକୁ, ଚେନ୍ନାଇରେ ୯୧୫.୫ରୁ ୯୬୫.୫ ଟଙ୍କାକୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘଦିନ ହେଲା ପେଟ୍ରୋଲ, ଡିଜେଲ ଓ ଘରୋଇ ଏଲପିଜି ସିଲିଣ୍ଡରର ଦାମ ବୃଦ୍ଧି ହୋଇନଥିଲା । ଗତ ବର୍ଷ ନଭେମ୍ବର ୪ରୁ ପେଟ୍ରୋଲ-ଡିଜେଲ ଓ ଗତ ଅକ୍ଟୋବର ୬ରୁ ଏଲପିଜିର ମୂଲ୍ୟ ବୃଦ୍ଧି ପାଇନଥିଲା । ୟୁକ୍ରେନ-ରୁଷିଆ ଯୁଦ୍ଧ କାରଣରୁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ୪୦ ପ୍ରତିଶତ ବୃଦ୍ଧି ପାଇଥିଲା । ଏହି କାରଣରୁ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର ବୃଦ୍ଧି ପାଇଛି ।

Get real time updates directly on you device, subscribe now.