fbpx

ଆହୁରି ୧୫୭ ଟଙ୍କା ହ୍ରାସ ପାଇଛି ଏଲପିଜି ସିଲିଣ୍ଡର ମୂଲ୍ୟ, ଆଜିଠାରୁ ଏତିକି ମୂଲ୍ୟରେ ମିଳିବ

ନୂଆଦିଲ୍ଲୀ: ଏଲପିଜିର ଘରୋଇ ଗ୍ରାହକଙ୍କୁ ଆରାମ ଦେବା ପରେ ବର୍ତ୍ତମାନ ମୋଦୀ ସରକାର ବାଣିଜ୍ୟିକ ବା କମର୍ସିଆଲ ସିଲିଣ୍ଡର ବ୍ୟବହାରକାରୀଙ୍କୁ ଏକ ବଡ଼ ରିଲିଫ୍ ଦେଇଛନ୍ତି । ଆଜିଠାରୁ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି ।

ଦିଲ୍ଲୀରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୫୭ ଟଙ୍କା ହ୍ରାସ ପାଇଛି ଏବଂ ବର୍ତ୍ତମାନ ଏହା ୧୫୨୨.୫୦ ଟଙ୍କା ହୋଇଛି । ଏହି ହାର ଆଜି ଅର୍ଥାତ୍ ସେପ୍ଟେମ୍ବର ୧ ରୁ ଲାଗୁ ହୋଇଛି ।

ଦିଲ୍ଲୀରେ ଏହା ୧୬୮୦ ଟଙ୍କା ବଦଳରେ ୧୫୨୨.୫୦ ଟଙ୍କା ଏବଂ କୋଲକାତାରେ ଆଜି ୧୮୦୨.୫୦ ଟଙ୍କା ବଦଳରେ ୧୬୩୬ ଟଙ୍କାରେ ଉପଲବ୍ଧ ହେବ । ସେହିଭଳି ମୁମ୍ବାଇରେ ଏହାର ମୂଲ୍ୟ ୧୬୪୦.୫୦ ଟଙ୍କା ଥିଲା ଏବଂ ବର୍ତ୍ତମାନ ଏହା ୧୪୮୨ ଟଙ୍କାକୁ ଖସି ଆସିଛି ।

ତେବେ ମଙ୍ଗଳବାର ଦିନ ରନ୍ଧନ ଗ୍ୟାସ ସିଲିଣ୍ଡର (ଏଲପିଜି) ର ମୂଲ୍ୟ ୨୦୦ ଟଙ୍କା ହ୍ରାସ ପାଇଛି । ସରକାରଙ୍କ ଏହି ନୂଆ ନିଷ୍ପତ୍ତି ପରେ, ବର୍ତ୍ତମାନ ଏଲପିଜି ସିଲିଣ୍ଡର (୧୪.୨ କିଲୋଗ୍ରାମ) ମୂଲ୍ୟରେ ବଡ ପରିବର୍ତ୍ତନ ଆସିଛି । ୧୪.୨ କିଲୋଗ୍ରାମର ଘରୋଇ ଏଲପିଜି ସିଲିଣ୍ଡର ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ ୯୦୩ ଟଙ୍କାରେ ବିକ୍ରି ହେଉଛି । ଗ୍ରାହକମାନେ ପୂର୍ବ ଅପେକ୍ଷା ୨୦୦ ଟଙ୍କାରେ ଶସ୍ତା ସିଲିଣ୍ଡର ପାଉଛନ୍ତି ।

Get real time updates directly on you device, subscribe now.