ଏପ୍ରିଲ୍ ୧ ରେ ଶସ୍ତା ହେବ LPG ସିଲିଣ୍ଡର! ୬ ମାସ ମଧ୍ୟରେ ତୃତୀୟ ଥର ପାଇଁ ରିଲିଫର ସଙ୍କେତ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ୧ ଏପ୍ରିଲ୍ ନୂଆ ଆର୍ôଥକ ବର୍ଷ ଆରମ୍ଭ ହେଉଛି । ଆର୍ôଥକ ବର୍ଷର ପ୍ରଥମ ଦିନରେ ଅନେକ ପରିବର୍ତ୍ତନ ହେବ, ଯାହା ଆପଣଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇବ । ଏହିପରି ଗୋଟିଏ ପରିବର୍ତ୍ତନ ଏଲପିଜି ସିଲିଣ୍ଡରର ମୂଲ୍ୟ ସହିତ ଜଡିତ ।

ତେବେ ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର କରନ୍ତି । ଏହି କ୍ରମରେ ଏପ୍ରିଲ୍ ମାସ ପାଇଁ ଏଲପିଜି ସିଲିଣ୍ଡରର ମୂଲ୍ୟ ସ୍ଥିର କରାଯିବ । ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସିଲିଣ୍ଡର ମୂଲ୍ୟରେ ହ୍ରାସ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି ।

୧୦୦ ଟଙ୍କା ରିଲିଫ୍ ମିଳିଛି :-

ମହିଳା ଦିବସ ଅର୍ଥାତ୍ ମାର୍ଚ୍ଚ ୮ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ରିହାତି ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ- ଏହା କେବଳ ନାରୀ ଶକ୍ତିଙ୍କ ଜୀବନକୁ ସହଜ କରିବ ନାହିଁ ବରଂ କୋଟି କୋଟି ପରିବାରର ଆର୍ôଥକ ବୋଝକୁ ମଧ୍ୟ ହ୍ରାସ କରିବ । ଏହି ପଦକ୍ଷେପ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସହାୟକ ହେବ, ଯାହା ସମଗ୍ର ପରିବାରର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିବ ।

ତେବେ ଏହି କଟ୍ ପରେ ଦେଶର ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୦୩ ଟଙ୍କା ରହିଛି । ଏଥି ସହିତ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନେ ଏହି ମୂଲ୍ୟରେ ୩୦୦ ଟଙ୍କା ଅତିରିକ୍ତ ସବସିଡି ପାଆନ୍ତି । ଏଭଳି ପରିସ୍ଥିତିରେ ହିତାଧିକାରୀଙ୍କ ପାଇଁ ୫୦୩ ଟଙ୍କା ପାଇଁ ଏଲପିଜି ସିଲିଣ୍ଡର ଉପଲବ୍ଧ ।

ଛଅ ମାସରେ ଦ୍ୱିତୀୟ ଥର ପାଇଁ କଟ୍ :-

ମାର୍ଚ୍ଚ ମାସରେ ଗତ ୬ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏଲପିଜି ସିଲିଣ୍ଡର ମୂଲ୍ୟ ହ୍ରାସ କରାଯାଇଥିଲା । ଅଗଷ୍ଟ ୨୦୨୩ ରେ ରକ୍ଷାବନ୍ଧନ ଅବସରରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସିଲିଣ୍ଡର ପିଛା ୨୦୦ ଟଙ୍କା ହ୍ରାସ କରାଯାଇଥିଲା । ସେହିଭଳି ଅକ୍ଟୋବର ୨୦୨୩ ରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ସବସିଡି ମଧ୍ୟ ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା ।