fbpx

ଗ୍ୟାସ୍ ଦାମକୁ ନେଇ ସରକାର କଲେ ବଡ଼ ଘୋଷଣା! କୋଟି କୋଟି ଗ୍ରାହକ ହେବେ ପ୍ରଭାବିତ

ନୂଆଦିଲ୍ଲୀ: ସାରାଦେଶରେ ବଢ଼ୁଥିବା ଗ୍ୟାସ୍ ସିଲିଣ୍ଡରର ଦାମକୁ ନେଇ ସରକାରୀ ତୈଳ କମ୍ପାନୀଗୁଡ଼ିକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗ୍ୟାସ୍ ସିଲିଣ୍ଡର କିଣିବା ପାଇଁ ଏଣିକି ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଏଲପିଜି ସିଲିଣ୍ଡର ଉପରେ ମିଳୁଥିବା ରିହାତିକୁ ଏବେ ବନ୍ଦ କରାଯାଇଛି । ଅର୍ଥାତ୍ ଏବେଠାରୁ ଆପଣଙ୍କୁ ଏଲପିଜି ବୁକିଂ ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

ତେବେ ସରକାରୀ ତୈଳ କମ୍ପାନୀ ଦ୍ୱାରା କମର୍ସିଆଲ ଗ୍ୟାସ ସିଲିଣ୍ଡ ଉପରେ ୨୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଥିଲା, ଯାହାକୁ ଏବେ ଶେଷ କରିଦିଆଯାଇଛି । ବିତରକଙ୍କ ଦ୍ୱାରା କମର୍ସିଆଲ ସିଲିଣ୍ଡରରେ ଦିଆଯାଉଥିବା ଅଧିକ ରିହାତି ଅଭିଯୋଗକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଦେଶର ୩ଟି ସରକାରୀ ତୈଳ କମ୍ପାନୀଗୁଡ଼ିକ ଇଣ୍ଡିଆନ୍ କର୍ପୋରେସନ୍(ଆଇଓସି), ଏଚପିସିଏଲ ଏବଂ ବିପିସିଏଲ ସୂଚନା ଦେଇ ବିତରକମାନଙ୍କୁ କହିଛନ୍ତି ଯେ, କୌଣସି କମର୍ସିଆଲ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ରିହାତିର ସୁବିଧା ମିଳିବ ନାହିଁ । ଏହି ନିଷ୍ପତ୍ତି ୮ ନଭେମ୍ବରରୁ ଲାଗୁ ହୋଇଛି ।

ଇଣ୍ଡିଆନ୍ ତେଲରୁ ମିଳିଥିବା ସୂଚନା ଅନୁଯାୟୀ, ୧୯ କିଲୋଗ୍ରାମ ଏବଂ ୪୭.୫ କିଲୋଗ୍ରାମର ସିଲିଣ୍ଡର ବିନା ଡିସକାଉଣ୍ଟରେ ବିକ୍ରି ହେବ । ଏହା ସହ ଏଚପିସିଏଲ କହିଛି ଯେ, ୧୯ କିଲୋଗ୍ରାମ, ୩୫ କିଲୋଗ୍ରାମ, ୪୭.୫ କିଲୋଗ୍ରାମ ଏବଂ ୪୨୫ କିଲୋଗ୍ରାମର ସିଲିଣ୍ଡରରେ ଉପଲବ୍ଧ ସମସ୍ତ ରିହାତି ରଦ୍ଦ କରାଯାଉଛି ।

Get real time updates directly on you device, subscribe now.