ଆଉ କେତେ ସ୍ତ୍ରୀକୁ ଚାହିଁ ରହିବ…ସପ୍ତାହକୁ 90 ଘଣ୍ଟା କାମ କରିବାକୁ ପରାମର୍ଶ ଦେଲେ L&T ଚେୟାରମ୍ୟାନ

L&T ଚେୟାରମ୍ୟାନ ନିଜ କର୍ମଚାରୀଙ୍କୁ 90 ଘଣ୍ଟା କାମ କରିବା ପାଇଁ କହିଛନ୍ତି । ଏହି ମନ୍ତବ୍ୟ ଦେଇ ସେ ସୋସିଆଲ ମିଡିଆରେ ଟ୍ରୋଲ ମଧ୍ୟ ହୋଇଛନ୍ତି ।

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ସପ୍ତାହକୁ 70 ଘଣ୍ଟା କାମ କରିବାକୁ ପରାମର୍ଶ ଦେଇଥିଲେ । ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହାରି ଭିତରେ ଏଲଆଣ୍ଡ ଟି ଅଧ୍ୟକ୍ଷ ଏସ ଏମ ସୁବ୍ରମଣ୍ୟମଙ୍କ ବକ୍ତବ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ସେ ନିଜ କର୍ମଚାରୀମାନଙ୍କୁ ସପ୍ତାହକୁ 90 ଘଣ୍ଟା କାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ରବିବାରକୁ ମାତ ଦେଲେ ଆଉ ସପ୍ତାହରେ 90 ଘଣ୍ଟା କାମ କରିବା ପାଇଁ କହିଛନ୍ତି ।

ସମସ୍ତେ ରବିବାରେ କାମ କଲେ ମୁଁ ଖୁସି ହେବି- ସୁବ୍ରମଣ୍ୟମ କହିଛନ୍ତି, “ସତ କହିବାକୁ ଗଲେ, ମୁଁ ରବିବାର ଦିନ କର୍ମଚାରୀମାନଙ୍କୁ କାମ ଦେଇନପାରି ଦୁଃଖିତ । ଯଦି ମୁଁ କର୍ମଚାରୀଙ୍କୁ ରବିବାର କାମ କରିବାକୁ ଦେଇପାରିବି, ତେବେ ମୁଁ ଅଧିକ ଖୁସି ହେବି । କାରଣ ମୁଁ ମଧ୍ୟ ରବିବାରରେ କାମ କରେ । ”

ସେ କହିଛନ୍ତି, ଘରେ ଛୁଟି ନେଇ କର୍ମଚାରୀଙ୍କୁ କଣ ଲାଭ ହେଉଛି । ଘରେ ବସି ଆପଣ କଣ କରନ୍ତି? ଆପଣ କେତେ ସମୟ ଆପଣଙ୍କ ସ୍ତ୍ରୀଙ୍କୁ ଚାହିଁପାରିବେ? ସ୍ତ୍ରୀମାନେ କେତେ ସମୟ ତାଙ୍କ ସ୍ୱାମୀଙ୍କୁ ଚାହିଁପାରିବେ? ଅଫିସ୍ ଯାଆନ୍ତୁ ଏବଂ କାମ ଆରମ୍ଭ କରନ୍ତୁ । ”

ପ୍ରକାଶଥାଉକି, ସପ୍ତାହକୁ 70 ଘଣ୍ଟା କାମ କରିବାକୁ କହିଥିଲେ ନାରାୟଣ ମୂର୍ତ୍ତି । ତେବେ ଏଲ ଆଣ୍ଡଟି 90 ଘଣ୍ଟା କହିବା ପରେ ବର୍ତ୍ତମାନ ଚର୍ଚ୍ଚା ବଢିବାରେ ଲାଗିଛି ।