fbpx

ଲେଫ୍ଟନାଣ୍ଟ ଜେନେରାଲ ଜି.ଏ.ଭି ରେଡ୍ଡୀ ହେଲେ ନୂଆ ପ୍ରତିରକ୍ଷା ଗୁଇନ୍ଦା ମୁଖ୍ୟ

ପ୍ରତିରକ୍ଷା ଗୁଇନ୍ଦା ମୁଖ୍ୟ ଭାବରେ ନିଯୁକ୍ତ ହେଲେ ଲେଫ୍ଟନାଣ୍ଟ ଜି.ଏ.ଭି ରେଡ୍ଡୀ । ସୋମବାର କାର୍ଯ୍ୟରୁ ଅବସର ନେଇଥିବା ଲେଫ୍ଟନାଣ୍ଟ ଜେନେରାଲ କେଜେଏସ ଢିଲନଙ୍କ ସ୍ଥାନ ନେବେ ଜିଭି ରେଡ୍ଡୀ ।

ଲେଫ୍ଟନାଣ୍ଟ ଜେନେରାଲ୍ କେଜେଏସ୍ ଢିଲନ ଭାରତୀୟ ସେନାରେ ୩୯ ବର୍ଷ କ୍ୟାରିଅର୍ ମଧ୍ୟରେ ବିଭିନ୍ନ ରଣନୀତିକ ପଦବୀରେ କାର୍ଯ୍ୟ କରିଛନ୍ତି । ସୋମବାର ସେ ଅବସର ନେଇଛନ୍ତି । ତାଙ୍କର ଶେଷ ପୋଷ୍ଟେିଂ ଗୁଇନ୍ଦା ବିଭାଗର ମହାନିର୍ଦ୍ଦେଶକ ତଥା ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ୍ ର ଡେପୁଟି ଚିଫ୍ ଭାବରେ ଥିଲା । ଡିସେମ୍ବର ୧୯୮୩ ରେ ସେନାରେ ନିଯୁକ୍ତ ହୋଇଥିବା ଲେଫ୍ଟନାଣ୍ଟ ଜେନେରାଲ୍ କେଜେ ଡ଼ିଲନ୍, ‘ଟାଇନି ଢିଲନ୍’ ଭାବରେ ଜଣାଶୁଣା । ସେ କାଶ୍ମୀରରେ ଅବସ୍ଥିତ ୧୫ ତମ କୋର ମୁଖ୍ୟ ଭାବରେ କାର୍ୟ୍ୟ କରିବା ସମୟରେ ‘ଅପରେସନ୍ ମା’ ଆରମ୍ଭ କରି ପ୍ରଶଂସା ଲାଭ କରିଥିଲେ । ଏହା ଅଧୀନରେ ସେ ଆତଙ୍କବାଦ ସହିତ ଜଡ଼ିତ ଯୁବକଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ, ବିଶେଷକରି ଏଭଳି ଭ୍ରାନ୍ତ ଯୁବକଙ୍କ ମା’ ମାନଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ପିଲାମାନଙ୍କୁ ଜାତୀୟ ମୁଖ୍ୟ ସ୍ରୋତରେ ଫେରାଇ ଆଣିବାକୁ ଅନୁରୋଧ କରିଥିଲେ ।

ଲେଫ୍ଟ ଜେନେରାଲ୍ ଡ଼ିଲନ୍ କହିଥିଲେ ଯେ ଭଲ କାମ କର ଏବଂ ତୁମ ମାତା ଏବଂ ତା’ପରେ ତୁମର ପିତାଙ୍କର ସେବା କର । ପବିତ୍ର କୁରାନରେ ଏହା ହେଉଛି ମାତାର ମହତ୍ତ୍ୱ । ୧୫ ତମ କୋର୍ କମାଣ୍ଡର ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଲେଫ୍ଟ ଜେନେରାଲ ଢିଲନ୍ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ପୁଲୱାମାରେ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ କାରାନ ଓରଫ୍ ‘ଗାଜୀ’ କୁ ସଫା କରିଥିଲେ । ୨୦୧୯ ରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ ।

 

Get real time updates directly on you device, subscribe now.