fbpx

ପଶ୍ଚିମବଙ୍ଗର ସୁରକ୍ଷାକୁ ନେଇ ଟିପ୍ପଣୀ ଦେଇ ଫସିଗଲେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା

Advertisement

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୫ ଜଣ ଜବାନ ସହିଦ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି । ଏନେଇ ସେନାର ସୁରକ୍ଷା କର୍ମୀଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ଏଭଳି ସ୍ଥିତିରେ ପୁଞ୍ଚରେ କେତେକ ସ୍ଥାନରେ ଇଣ୍ଟେରନେଟ ସେବା ବନ୍ଦ କରି ଦିଆଯାଇଛି । ଏଥିମଧ୍ୟରେ କେନ୍ଦ୍ର ଶାସିତ ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ଟିପ୍ପଣୀକୁ ନେଇ ରାଜ୍ୟନୈତିକ ମାହୋଲରେ ନୂଆ ମୋଡ଼ ଦେଖିବାକୁ ମିଳିଛି ।

ପୁଞ୍ଚ ଜିଲ୍ଲାରରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣକୁ ଦୁର୍ଭାଗ୍ୟଜନକ ଘଟଣା ଭାବେ ବର୍ଣ୍ଣନା କରି ସିହ୍ନା କହିଛନ୍ତି, ‘ଆମ ପଡ଼ିଶା ଉଦ୍ଦେଶ୍ୟମୂଳକ ଭାବେ ଘାଟିର ଶାନ୍ତି ଭଙ୍ଗ କରିବା ପାଇଁ ଏଭଳି ମନ୍ଦ କାର୍ଯ୍ୟ କରୁଛି । ଆମେ ଏଭଳି ହିଂସାକୁ ନିନ୍ଦା କରୁଛୁ । କାଶ୍ମୀରରେ ଆତଙ୍କବାଦୀମାନେ ଶେଷ ନିଶ୍ୱାସ ନେଉଛନ୍ତି ଏବଂ ସେମାନଙ୍କ ଇକୋ ସିଷ୍ଟମକୁ ନଷ୍ଟ କରିବା ପାଇଁ ଯୋଜନାବଦ୍ଧ ରଣରନୀତି ଉପରେ କାର୍ଯ୍ୟ କରୁଛି । ଆପଣମାନେ ଏହାର ପରିଣାମ ଶୀଘ୍ର ଦେଖିବେ ବୋଲି ମୁଁ ଆଶାୟୀ ଅଛି’ ଥିବା ନେଇ ଶୁକ୍ରବାର କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିହ୍ନା କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ କାଶ୍ମୀର ସୁରକ୍ଷା ସ୍ଥିତି ପଶ୍ଚିମବଙ୍ଗ ଠାରୁ ଉନ୍ନତ । ସିହ୍ନାଙ୍କ ଏହି ଟିପ୍ପଣୀ ଉପରେ ତୃଣମୂଳ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଲ ଘୋଷ ସିହ୍ନାଙ୍କୁ ଉପ ରାଜ୍ୟପାଳ ପଦବୀର ଅପବ୍ୟବହାର ନ କରିବା ସହ ପଶ୍ଚିମବଙ୍ଗ ବରୋଧରେ ଭିତ୍ତିହୀନ ଟିପ୍ପଣୀ ନ ଦେବା ପାଇଁ ଅନୁରୋଧ କରିଥିଲେ ।

Get real time updates directly on you device, subscribe now.