fbpx

ବିଜେପି କାର୍ଯ୍ୟାଳୟରେ ନିଜକୁ ନିଆଁ ଲଗାଇଲେ ବୃଦ୍ଧ, ୩୫୦୦ ଟଙ୍କା ହଇରାଣ କରୁଥିଲେ…

Advertisement

ନୂଆଦିଲ୍ଲୀ: ଲକ୍ଷ୍ନୌ ବିଜେପି କାର୍ଯ୍ୟାଳୟରେ ପଶି ଆତ୍ମହୁତି ଉଦ୍ୟମ କଲେ ବୃଦ୍ଧ। ଯାହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁସାରେ ବଳରାମ ତିୱାରୀ ନାମକ ଜଣେ ବ୍ୟକ୍ତି ବିଜେପି କାର୍ଯ୍ୟାଳୟରେ ପଶୀ ନିଜେ ନିଜକୁ ନିଆଁ ଲଗାଇ ଦେଇଥିଲେ। ନିଆଁରେ ଜଳିଯାଉଥିବା ବ୍ୟକ୍ତ ଜଣଙ୍କୁ ଦେଖି ପୋଲିସ ତୁରନ୍ତ ନିଆଁ ଲିଭାଇବା ସହିତ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ।

ଘଟଣା ସମୟରେ ରକ୍ଷାମନ୍ତ୍ରୀଙ୍କ ରାଜନାଥ ସିଂହଙ୍କ ସହରକୁ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ ଚାଲିଥିଲା। ଏହି ଘଟଣା ପରେ ବ୍ୟକ୍ତିଙ୍କ ପତ୍ନୀ ସୋନିଆ କହିଛନ୍ତି ଯେ, ସେମାନେ ଆମ୍ରପଲୀ ଅଞ୍ଚଳରେ ଘରଭଡ଼ାରେ ରହୁଛନ୍ତି। ସେମାନଙ୍କର ଘର ମାଲିକ ନିୟମିତ ଭାବରେ ତାଙ୍କ ସ୍ୱାମୀଙ୍କୁ ହଇରାଣ ହରକତ କରନ୍ତି ବୋଲି ସେ କହିଛନ୍ତି। ତାଙ୍କ ସ୍ୱାମୀ ଯେଉଁଟାରେ କାମ କରୁଥିଲେ, ସେଠାରୁ ତାଙ୍କର ଚାକିରି ଚାଲିଯାଇଛି। ଗତ ୬ମାସ ହେବ ସେ ବେରୋଜଗାର ଅଛନ୍ତି। ଆର୍ଥୀକ ସ୍ଥିତି ଠିକ୍ ନଥିବା କାରଣରୁ ସେ ଘର ମାଲିକଙ୍କୁ ସାଢେ ଆଠ ହଜାର ଟଙ୍କା ଭଡ଼ା ଠିକ୍ ସମୟରେ ଦଇ ପାରି ନଥିଲେ। କିନ୍ତୁ ୧୦ ଦିନ ତଳେ କୌଣସି ପ୍ରକାରେ ଯୋଗାଡ଼ କରି ସେ ଘର ମାଲିକଙ୍କୁ ୫ ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ପାଇଁ ଘର ମାଲିକ ଜଣକ ତାଙ୍କୁ ନିର୍ଯ୍ୟାତନା ଦେବା ସହ ଚାପ ପକାଇଥିଲା।

ଏହା ପରେ ଚିନ୍ତାରେ ପଡି ବ୍ୟକ୍ତି ଜଣକ ଯାଇ ସ୍ଥାନୀୟ ଥାନାରେ ଏହି ବିଷୟରେ ଅଭିଯୋଗ କରିଥିଲେ। ତେବେ ଏହି ବିଷୟରେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନନେବାରୁ ସେ ବାଧ୍ୟ ହୋଇ ବିଜେପି ଅଫିସରେ ପଶି ଏଭଳି ପଦକ୍ଷେପ ନେଇଥିଲେ। ସ୍ଥାନୀୟ ଡିସିପି ଏହି ମାମଲାରେ କହିଛନ୍ତି ଯେ, ବ୍ୟକ୍ତି ଜଣକ ତାଙ୍କ ଦେହରେ ନିଜେ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ସେଠାରେ ଉପସ୍ଥିତ ପୋଲିସମାନେ ତାଙ୍କର ଜୀବନ ବଞ୍ଚାଇ ଦେଇଥିଲେ। ତେବେ ଘର ମାଲିକ ବିରୁଦ୍ଦେର ରୁଜୁ ହୋଇଥିବା ମାମଲାକୁ ତଦନ୍ତ ଜାରୀ ରହିଥିବା ଡିସପି କହିଛନ୍ତି।

Get real time updates directly on you device, subscribe now.