fbpx

ହସ୍ପିଟାଲ ଓପିଡିରେ ଲାଗିଗଲା ନିଆଁ; ୨ ମୃତ, ବହୁ ଗୁରୁତର

ଲକ୍ଷ୍ନୌ: ଏଠିକାର ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସୋମବାର ଅଚାନକ ଅଗ୍ନିକାଣ୍ଡ ଘଟିଥିଲା । ମିଳିଥିବା ସୂଚନା ଅନୁସାରେ ଏହି ନିଆଁ ହସ୍ପିଟାଲର ପୁରୁଣା ଓପିଡି ଭବନରେ ଲାଗିଥିଲା । କୁହାଯାଉଛି ଏଠାରେ ଏକ ଭେଣ୍ଟିଲେଟର ଫାଟିଯିବା ଫଳରେ ନିଆଁ ଭୟାନକ ରୂପ ଧାରଣ କରିଥିଲା । ନିଆଁ ଲାଗିବା ଖବର ବ୍ୟାପିଯିବା ପରେ ହସ୍ପିଟାଲରେ ଆତଙ୍କ ଖେଳିଯାଇଥିଲା ।

ଏହି ଅଗ୍ନିକାଣ୍ଡ ଘଟଣାରେ ଜଣେ ମହିଳା ଓ ଅନ୍ୟ ଜଣେ ଶିଶୁର ମୃତ୍ୟୁ ହୋଇଯାଇଛି ଓ ବହୁ ଲୋକ ଗୁରୁତର ହୋଇଥିବା ଖବର ମିଳିଛି । ପୁରା ହସ୍ପିଟାଲକୁ ଏବେ ଖାଲି କରିଦିଆଯାଇଛି । ଘଟଣାସ୍ଥଳରେ ଅଧା ଡର୍ଜନରୁ ଅଧିକ ଫାୟାର ବ୍ରିଗେଡ୍ ଗାଡି ମହଜୁଦ ରହିଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣା ବିଷୟରେ ଲକ୍ଷ୍ନୌ ଏସଜିପିଜିଆଇଙ୍କ ଠାରୁ ପଚାରି ବୁଝିଛନ୍ତି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.