CHARIDHAM

ଆସିବ କି ଲକ-ଡାଉନ ୫.୦?

ନୂଆଦିଲ୍ଲୀ,୨୮/୫: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ  ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେଣୁ କରୋନା ସତର୍କତା ଦୃଷ୍ଟିରୁ ଦେଶ ତାଲା ବନ୍ଦ ରହିଛି। କିନ୍ତୁ ଏହି ତାଲା ବନ୍ଦର ଅବଧି ମେ ୩୧ ରେ ଶେଷ ହେବ। କିନ୍ତୁ ଅନ୍ୟପଟେ ଲକ ଡାଉନ ୫.୦ କୁ ନେଇ ଚର୍ଚ୍ଚା ଚାଲିଛି।  ଦେଶରେ ପୁଣି ବଢ଼ିପାରେ ଲକଡାଉନର ଅବଧି । ଜୁନ ୧ରେ ଆସିପାରେ ଲକଡାଉନ ୫.୦ । ତାଲାବନ୍ଦ ନେଇ ମନ କି ବାତରେ ବଡ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏହି ଲକ ଡା ଉ ନ ୫.୦ ରେ କଣ ରହିବ କଟକଣା ଓ କଣ  କୋହଳ ହେବ ତାହା ଏପର୍ଯନ୍ତ ଜଣାପଡିନାହିଁ।