fbpx

ସୀମାରେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର, ବାୟୁ ସେନାକୁ ମିଳିଲା ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟରସ

ଝାନ୍‌ସୀ,: ଏବେ ଥରିବେ ଭାରତର ଶତ୍ରୁ ରାଷ୍ଟ୍ର ।  ଭାରତୀୟ ସେନାକୁ ମିଳିଛି ପ୍ରଥମ ସ୍ୱଦେଶୀ ଲଢ଼ୁଆ ହେଲିକପ୍ଟର । ଫଳରେ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି । ଏଥର ବିଦେଶୀ ନୁହେଁ ସେନାକୁ ସମର୍ପିତ କରାଗଲା ସ୍ୱଦେଶୀ ହାଲୁକା ଫିଇଟର ହେଲିକପ୍ଟର । ରାଣୀ ଲକ୍ଷ୍ମୀବାଇଙ୍କ ଜନ୍ମତିଥିରେ ଝାନ୍‌ସିରେ ପହଞ୍ଚି ଭାରତୀୟ ସେନାକୁ ସ୍ୱଦେଶୀ ଲାଇଟ୍‌ କମ୍ବାଟ୍‌ ହେଲିକପ୍ଟର ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଠାରୁ ଖାସ ବିଷୟ ହେଉଛି ହେଉଛି ଏହି ଅତ୍ୟାଧୁନିକ ଲଢ଼ୁଆ ହେଲିକପ୍ଟରଟି ବିଦେଶରୁ ଅଣାଯାଇନାହିଁ, ବରଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ (ହାଲ୍‌) ଦ୍ୱାରା ପ୍ରସ୍ତୁତ କରାଯାଇଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍‌ ବା ହାଲ ଦ୍ୱାରା ପ୍ରସ୍ତୁତ ହୋଇଛି ଲାଇଟ୍‌ କମ୍ବାକ୍ଟ ହେଲିକପ୍ଟର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ୨ ଇଞ୍ଜିନ୍‌ ବିଶିଷ୍ଟ ଏହି ହେଲିକପ୍ଟର ଦ୍ୱାରା ଉଭୟ ବାୟୁସେନା ଓ ସ୍ଥଳସେନାର ଶକ୍ତି ଆହୁରି ବଢି ଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଝାନସୀରେ ରାଷ୍ଟ୍ରରକ୍ଷା ସମର୍ପଣ ପର୍ବରେ ଲଢୁଆ ହେଲିକପ୍ଟରକୁ ସେନାର୍ପିତ କରାଯିବା ଖୁସିର ବିଷୟ ବୋଲି ସେ କହିଛନ୍ତି । ଏହି ହେଲିକପ୍ଟରର ୧୫ରୁ ୧୬ ହଜାର ଫୁଟ ଉଚ୍ଚତା ଯାଏଁ ଉଡାଣ ଭରିବାର କ୍ଷମତା ରହିଛି । ଏହା ଏକମାତ୍ର ହେଲିକପ୍ଟର ଯାହା ଦୁନିଆର ସବୁଠାରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ସିଆଚେନ୍‌ରେ ଉଡାଣ ଭରି ।ରିବ । ଅତି ଉଚ୍ଚରେ ଟେକ୍‌ଅପ୍‌ ଓ ଲ୍ୟାଣ୍ଡ୍‌ କରିବା ସହ ଶତ୍ରୁକୁ ଟାର୍ଗେଟ କରିପାରିବାର କ୍ଷମତା ଏଥିରେ ରହିଛି । ଏହା ମାଇନସ ୫୦ ଡିଗ୍ରୀ ସେଲସିୟସ ଓ ମରୁଭୂମିରେ ୫୦ ଡିଗ୍ରୀ ତାପମାତ୍ରାରେ ବି କାମ କରିାରିବ । ହେଲିକପ୍ଟରରେ ଆକାଶରୁ ଆକାଶ ଓ ସ୍ଥଳଭାଗକୁ ଲକ୍ଷ୍ୟଭେଦ କଲା ଭଳି ମିସାଇଲ ରହିଛି । ଏହି ହେଲିକପ୍ଟରରେ ୨୦ ଏମ୍‌ଏମ୍‌ ବନ୍ଧୁକ, ୭୦ ଏମ୍‌ଏମ୍‌ ରକେଟ ଅଛି । ସ୍ୱଦେଶୀ ଆଟାକ ହେଲିକପ୍ଟରକୁ ତିଆରି କରିବାକୁ ଲାଗିଛି ୧୩ ବର୍ଷ । ଏହି ହେଲିକପ୍ଟରର ଓଜନ ୬ ଟନ ଓ ଖର୍ଚ୍ଚ ହୋଇଛି ୧୫୦ କୋଟି । ଏହି ହେଲିକପ୍ଟର ଉପରେ ଗୁଳିବର୍ଷଣ କଲେ ବି କିଛି ଫରକ ପଡିବ ନାହିଁ । ନ୍ୟୁକ୍ଲିୟର, ବାଇଲୋଜିକାଲ ଓ କେମିକାଲ ଆକ୍ରମଣ ସମ୍ପର୍କରେ ବି ଆଲର୍ଟ କରିାରିବାର ରହିଛି କ୍ଷମତା ରଖିଥିବା ଏହି ହେଲିକପ୍ଟର ଶତ୍ରୁର ରାଡାରରେ ହଠାତ ଆସିାରିବ ନାହିଁ । ୧୯୯୯ରେ କାରଗିଲ ଯୁଦ୍ଧ ସମୟରେ ଏଭଳି ହେଲିକପ୍ଟରର ଆବଶ୍ୟକତା ଥିଲା । ଏହି ପ୍ରୋଜେକ୍ଟକୁ ୨୦୦୬ରେ ଅନୁମତି ମିଳିଥିଲା ଓ ୧୩ ବର୍ଷର କଠିନ ପରିଶ୍ରମ ପରେ ଦେଶକୁ ମିଳିଛି ସ୍ୱଦେଶୀ ଆଟାକ ହେଲିକପ୍ଟର । ଆମେରିକାର ଆଡଭାନ୍ସ ହେଲିକପ୍ଟର ଆପାଚେଠାରୁ ଆହୁରି ଶକ୍ତିଶାଳୀ ଏହି ଲାଇଟ୍‌ କମ୍ବାକ୍ଟ ହେଲିକପ୍ଟର ବୋଲି କୁହାଯାଉଛି । କେବଳ ସେତିକି ନୁହେଁ ଏଥିରେ ଫରୱାର୍ଡ ଇନ୍‌ଫ୍ରାରେଡ୍‌ ସର୍ଚ୍ଚ, ସିସିଡି କ୍ୟାମେରା ଏବଂ ଥର୍ମାଲ ଭିଜନ୍‌ ଓ ଲଜର ରେଞ୍ଜ ଫାଇଣ୍ଡର ଭିଳ ମଧ୍ୟ କ୍ଷମତା ରହିଛି ।

Get real time updates directly on you device, subscribe now.