fbpx

ୟୁପି ନିର୍ବାଚନ ୨୦୨୨: ପୁଣି ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ, କହିଲେ ସୃଷ୍ଟି କରାଯାଉଥିଲା ଜାତିଭେଦ

ଉତ୍ତରପ୍ରଦେଶ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଶେଷ ହୋଇଛି । ଏବେ ରାଜନୀତିକ ଦଳମାନେ ସପ୍ତମ ପର୍ଯ୍ୟାୟ ପାଇଁ ନିଜର ଦମ ଲଗାଉଛନ୍ତି  । ଏହାରି ମଧ୍ୟରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୌନପୁରରେ ନିର୍ବାଚନୀ ଜନସଭାକୁ ସମ୍ବୋଧିତ କରିଛନ୍ତି ।

ସଭାକୁ ସମ୍ବୋନ୍ଧିତ କରିବା ସହ ସମାଜବାଦୀ ପାର୍ଟୀ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ପରିବାରବାଦୀମାନେ ପୂର୍ବାଞ୍ଚଳର ଲୋକମାନଙ୍କୁ ନିଜ ଅବସ୍ଥାରେ ଛାଡ଼ିଦେଇଥିଲେ । ଏହି ପରିବାରବାଦୀମାନେ ଉତ୍ତର ପ୍ରଦେଶରେ ଜାତି ଭେଦ ସୃଷ୍ଟି କରିବାକୁ ଚାହୁଥିଲେ । କିନ୍ତୁ ୟୁପିର ଲୋକମାନେ ପରିବାରବାଦୀଙ୍କ ଚାଲାକିକୁ ବୁଝିଥିଲେ । ଆଜି ୟୁପି ଏକଜୁଟ, ଏକମତ ହୋଇ ଛିଡ଼ା ହୋଇଛି ।

ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି କରୋନା ଭଳି କଠିନ ସମୟରେ ଘୋର ପରିବାରବାଦୀ ଲୋକମାନେ କେଉଁଠି ଥିଲେ? ଏମାନେ ଷଡ଼ଯନ୍ତ୍ର କରୁଥିଲେ ଯେ ଭାରତ ଟିକା କୁ ବଦନାମ କିଭଳି କରାଯିବ? ଏମାନେ ସଙ୍କଟକୁ ଆହୁରି ଗମ୍ଭୀର କରିବାକୁ ଚାହୁଥିଲେ ।

ମୋଦି ଆହୁରି କହିଛନ୍ତି ଯେ ଏପର୍ଯ୍ୟନ୍ତ ମତଦାନରେ ଭାଜପାକୁ ବହୁମତ ମିଳୁଛି । ୨୦୧୭ ଭଳି ଏଥର ଆମର ବିଜୟ ହେବ । ସେ କହିଛନ୍ତି ଯେ ଗଣତନ୍ତ୍ରରେ ଗୋଟିଏ ଗୋଟିଏ ଭୋଟର ମହତ୍ୱ ରହିଛି ତେଣୁ ସବୁ ମତଦାତାଙ୍କୁ ଭୋଟ ଦେବା ଦରକାର ।

Get real time updates directly on you device, subscribe now.