ଇସ୍ତଫା ଦେଇଦେଲେ ମନ୍ତ୍ରୀ, ଭଲ ଘର ଓ ଗାଡ଼ି ମିଳିଲାନି ବୋଲି… ଜାଣନ୍ତୁ ପୂରା ଘଟଣା

ପାଟନା: ବିହାରର ନୀତୀଶ କୁମାର ସରକାରକୁ ଲାଗିଛି ବଡ଼ ଝଟକା । ବିହାର ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ମଦନ ସାହନୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସାହାନୀ ଅମଲାତନ୍ତ୍ର ଉପରେ ନାରଜ ହୋଇ ନେଇଛନ୍ତି ଏହି ନିଷ୍ପତ୍ତି । ସେ କହିଛନ୍ତି ଯେ ତାଙ୍କୁ ଭଲ ଗାଡ଼ି ଓ ଘର ମିଳିନାହିଁ । ଫଳରେ ସେ ଲୋକଙ୍କ ସେବା କରିପାରୁନାହାନ୍ତି, ତେଣୁ ପଦରେ ରହିବାର ଆବଶ୍ୟକ ନାହିଁ । ଅବଶ୍ୟ ସେ କହିଛନ୍ତି କି ସେ ନୀତୀଶଙ୍କ ସହ ସବୁବେଳେ ରହିବେ ।

ସାହାନୀ କହିଛନ୍ତି ଯେ ନୀତୀଶ କୁମାରଙ୍କ ପାଖ ଅଧିକାରୀ ଖୁବ୍ ସମ୍ପତ୍ତି ଠୁଳ କରିପାରିଛନ୍ତି । ଏହି କ୍ରମରେ ଚଞ୍ଚଲ କୁମାରଙ୍କ ସମ୍ପତ୍ତି ଯାଞ୍ଚ କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି ଆମେ ବର୍ଷ ବର୍ଷ ଧରି ଏକଛତ୍ରବାଦୀ ଶାସନର ସମ୍ମୁଖୀନ ହେଇଛୁ । ତେଣୁ ଏବେ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । ସେଥିପାଇଁ ଇସ୍ତଫା ଦେଉଛି । ସେ ଆହୁରି କହିଛନ୍ତି ଯଦି ଆମେ କାହାର ଭଲ କରିପାରିବୁ ନାହିଁ ତା’ହେଲେ ପଦରେ ରହି କିଛି ଲାଭ ନାହିଁ । ତେବେ ସେ ପଦ ଛାଡ଼ିଥିଲେ ବି ଦଳରେ ରହିବା ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ରହିବା ନେଇ କହିଛନ୍ତି ।