fbpx

୫ ବର୍ଷ ବୟସରେ ଆକ୍ଟିଂରେ କରିଥିଲେ ଡେବ୍ୟୁ, ୧୮ରେ ଲଞ୍ଚ୍ କଲେ ନିଜ ମେକଅପ୍ ବ୍ରାଣ୍ଡ୍‌, ଏବେ ପାଖରେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ: ଲୋକପ୍ରିୟ ଟିଭି ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଇନଫ୍ଲୁଏନସର ଅଶନୁର କୌର । ତାଙ୍କ କ୍ୟୁଟନେସ୍ ଏବଂ ଚାର୍ମିଂ ଲୁକ୍ ଫ୍ୟାନ୍ସଙ୍କୁ ଦିୱାନା କରିଛି । ଟିଭି ସିରିଏଲ ବ୍ୟତୀତ ସେ ବଲିଉଡ଼ରେ ମଧ୍ୟ ନଜର ଆସିଛନ୍ତି ।

ଅଶନୁର ୫ ବର୍ଷ ବୟସରୁ ଆକ୍ଟିଂ ଦୁନିଆରେ ସକ୍ରିୟ ଅଛନ୍ତି । ୨୦୦୯ରେ ‘ଝାନସୀ କି ରାନୀ’ରେ ଶିଶୁ କଳାକାର ଭାବେ ଟିଭିରେ ଡେବ୍ୟୁ କରିଥିଲେ । ଏହା ପରେ ସେ ଲୋକପ୍ରିୟ ଟିଭି ଶୋ ‘ସାଥ୍ ନିଭାନା ସାଥିଆ’, ‘ବଡ଼େ ଅଚ୍ଛେ ଲଗତେ ହୈଁ’, ‘ସିଆଇଡି’ରେ ଅଭିନୟ କରିଥିଲେ । କିନ୍ତୁ ତାଙ୍କୁ ‘ୟେ ରିଶ୍‌ତା କ୍ୟା କେହଲାତା ହୈ’ ଶୋ’ରୁ ପରିଚୟ ମିଳିଥିଲା । ଅନୁରାଗ କଶ୍ୟପଙ୍କ ବଲିଉଡ଼ ଚଳଚ୍ଚିତ୍ର ‘ମନମର୍ଜିୟାଁ’, ‘ସଞ୍ଜୁ’ରେ ମଧ୍ୟ ତାଙ୍କ ଆଭିନୟର ଜଲ୍ୱା ଦେଖିବାକୁ ମିଳିଥିଲା । ତେବେ କମ୍ ଲୋକମାନେ ଜାରିଛନ୍ତି କି ଅଶନୁର ଜଣେ ଉତ୍ତମ ଅଭିନେତ୍ରୀ ସହ ଜଣେ ବିଜନେସ୍ ୱିମେନ୍ ମଧ୍ୟ । ମାତ୍ର ୧୮ ବର୍ଷ ବୟସରେ Gen Z ମେକଅପ୍ ବ୍ରାଣ୍ଡ୍ ‘କଲର ପ୍ଲେ’ ଲଞ୍ଚ୍ କରିଥିଲେ । ଆକ୍ଟି ଏବଂ ମେକଅପ୍ ବ୍ରାଣ୍ଡ୍ ସହ ସେ ସୋସିଆଲ ମିଡିଆ ଏବଂ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟରୁ ଭଲ କମାଉଛନ୍ତି । ଯୁବଗୋଷ୍ଠୀଙ୍କ ମଧ୍ୟରେ ସେ ବେଶ ଲୋକପ୍ରିୟ । ଖୁବ୍ ଶୀଘ୍ର ଗ୍ଲାମରସ୍ ଅଶନୁର ତାଙ୍କ ନୂତନ ଟିଭି ସିରିଏଲ ‘ସୁମନ ଚଲି ସସୁରାଲ’ରେ ନଜର ଆସିବେ । ଅଶନୁରଙ୍କୁ ନୂତନ ଚରିତ୍ରରେ ଦେଖିବା ପାଇଁ ତାଙ୍କ ଫ୍ୟାନ୍ସ ବହୁତ ଉତ୍ସାହିତ ଅଛନ୍ତି ।

Get real time updates directly on you device, subscribe now.