fbpx

Made For Each Other… ବିଶ୍ୱକପ ଟ୍ରଫି ସହ କ୍ୟାପଟେନ୍ ଧୋନୀ: ଫ୍ୟାନ୍ସଙ୍କର ମନେ ପଡ଼ିଲା ୨୦୧୧ ମୁହୂର୍ତ୍ତ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଅଧିନାୟକ ଏମ.ଏସ ଧୋନୀ ଭାରତକୁ ଅନେକ ସଫଳତା ଭେଟି ଦେଇଛନ୍ତି । ମାହିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଇସିସିର ୩ଟି ଯାକ ଟ୍ରଫି ନିଜ ନାମରେ କରିବାରେ ସଫଳ ହୋଇଛି । ତେବେ ୨୦୧୧ ଦିନିକିଆ ବିଶ୍ୱକପ ବିଜୟକୁ ଧୋନୀଙ୍କ ସବୁଠାରୁ ବଡ଼ ସଫଳତା ବୋଲି କ୍ରିକେଟ ଜଗତରେ ଚର୍ଚ୍ଚା ହୁଏ । ତେବେ ଟିମ ଇଣ୍ଡିଆ ବ୍ୟତୀତ ଧୋନୀ ଆଇପିଏଲରେ ମଧ୍ୟ ଚେନ୍ନାଇକୁ ୫ ଥର ଚମ୍ପିଆନ୍ କରାଇଛନ୍ତି । ଚଳିତ ଆଇପିଏଲ ସିଜନରେ ଧୋନୀ ନେତୃତ୍ୱ ଛାଡ଼ି ୱିକେଟ କିପର ଭାବରେ ଖେଳୁଥିବା ବେଳେ ତାଙ୍କର ଭିଣ୍ଟେଜ ଲୁକ ଦେଖିବାକୁ ମିଳିଛି । ଚେନ୍ନାଇର ପରବର୍ତ୍ତୀ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ହେବାକୁ ଥିବା ବେଳେ ଏହାପୂର୍ବରୁ ମାହିଙ୍କ କିଛି ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ୨୦୧୧ ବିଶ୍ୱକପ ଟ୍ରଫି ସହ ଧୋନୀଙ୍କ କିଛି ଝଲକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

୨୮ ବର୍ଷ ଅପେକ୍ଷା ପରେ ଏମ.ଏସ. ଧୋନୀ ଭାରତକୁ ଦିନିକିଆ କ୍ରିକେଟରେ ବିଶ୍ୱ ବିଜେତା କରିଥିଲେ । ବର୍ତ୍ତମାନ ସେହି ଟ୍ରଫି ସହ ଧୋନୀଙ୍କୁ ପୁଣିଥରେ ଏକାସାଙ୍ଗରେ ଦେଖିବାକୁ ମିଳିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ ପୂର୍ବରୁ ମୁମ୍ବାଇରେ ପହଞ୍ଚିଛନ୍ତି ମାହି । ଏଠାରେ ପହଞ୍ଚିବା ପରେ ଧୋନୀ ବିଶ୍ୱକପ ଟ୍ରଫି ଦେଖି ଏହାକୁ ଛୁଇଁ ପୁରୁଣା ଦିନକୁ ମନେ ପକାଇଛନ୍ତି । ବିଶ୍ୱକପ ଟ୍ରଫି ସହ ଧୋନୀଙ୍କର କିଛି ଫଟୋ ସେୟାର କରିଛି ଭାରତୀୟ କ୍ରିକେଟ ବୋର୍ଡ । ଏହି ଫଟୋରେ ଧୋନୀ ବିଶ୍ୱକପ ଟ୍ରପିକୁ ସ୍ପର୍ଶ କରୁଥିବାର ଦେଖିବାକୁ ମିଳିଛି । ତେବେ ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବା ପରେ ଫ୍ୟାନ୍ସମାନେ ୨୦୧୧ ବିଶ୍ୱକପ ବିଜୟର ସେ ଅବିସ୍ମରଣୀୟ ମୁହୁର୍ତ୍ତକୁ ମନେ ପକାଇଛନ୍ତି ।

ଏକାସାଙ୍ଗରେ ୨୦୧୧ ବିଶ୍ୱକପ ଟ୍ରଫି ଏବଂ ଅଧିନାୟକ ଏମ.ଏସ ଧୋନୀଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ । ବିସିସିଆଇ ଏହି ଫଟୋକୁ ଏକ୍ସରେ ପୋଷ୍ଟ କରି କ୍ୟାପ୍ସନରେ ଲେଖିଛନ୍ତି ଯେ, ବିଶ୍ୱକପ ଟ୍ରପି ଏବଂ ଏମ.ଏସ ଧୋନୀ, ମେଡ୍ ଫର୍ ଇଚ୍ ଅଦର… । ଏହି ଫଟୋରେ ଫ୍ୟାନ୍ସମାନେ ମଧ୍ୟ ବିଭିନ୍ନ ପ୍ରକାରର କମେଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଅନେକ ୟୁଜର ୨୦୧୧ ବିଶ୍ୱକପ ସମୟର ସେହି ମୁହୂର୍ତ୍ତକୁ ମନେ ପକାଇଛନ୍ତି ।

ଭାରତରେ ଅନୁଷ୍ଠିତ 2011 ODI ବିଶ୍ୱକପ ଦେଶବାସୀଙ୍କ ପାଇଁ ଏକ ଉତ୍ସବଠାରୁ କମ୍ ନୁହେଁ। ଟିମ୍ ଇଣ୍ଡିଆ 28 ବର୍ଷ ପରେ ବିଶ୍ୱକପ୍ ଟ୍ରଫି ଉଠାଇଲା | ବିଜେତା six ଜଣ ଧୋନିଙ୍କ ବ୍ୟାଟରୁ ଆସିଥିଲେ ଏବଂ କିମ୍ବଦନ୍ତୀ ରବି ଶାସ୍ତ୍ରୀଙ୍କ ମନ୍ତବ୍ୟକୁ କିଏ ଭୁଲି ପାରିବ? ଏହି ବିଶ୍ୱକପ ଜିତିବା ଅନେକ କ୍ଷେତ୍ରରେ ବିଶେଷ ଥିଲା | ସେବେଠାରୁ ଭାରତ ଏପର୍ଯ୍ୟନ୍ତ ବିଶ୍ୱକପ ଜିତିବାରେ ସକ୍ଷମ ହୋଇନାହିଁ।

 

Get real time updates directly on you device, subscribe now.