fbpx

ଇତିହାସ ରଚିଲେ ମାଧବୀ ପୁରୀ ବୁଚ୍: ପ୍ରଥମ ମହିଳା ଭାବରେ ନେଲେ SEBIର ଦାୟିତ୍ୱ

ନୂଆଦିଲ୍ଳୀ: ପ୍ରଥମ ମହିଳା ଭାବରେ ଇତିହାସ ରଚିଛନ୍ତିି ମାଧବୀ ପୁରୀ ବୁଚ୍ । ପ୍ରଥମ ମହିଳା ଭାବରେ ସେବିର ମୁଖ୍ୟ ଭାବ ରେ ଦାୟିତ୍ୱ ଗ୍ରହଣ କରିଛନ୍ତି ମାଧବୀ । ପୂର୍ବରୁ ପ୍ରତ୍ୟେକ ଥର ସେବିର ମୁଖ୍ୟ ଭାବରେ ପୁରୁଷ ମାନଙ୍କୁ ନିଯୁକ୍ତି ମିଳୁଥିବା ବେଳେ ପ୍ରଥମ ଥର ପାଇଁ ଏହି ପଦରେ ସୋମବାର ମାଧବୀଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର । ପ୍ରଥମ ଥର ପାଇଁ ଜଣେ ମହିଳା ଏବଂ ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କୁ ଏହି ଗୁରୁ ଦାୟିତ୍ୱ ଅର୍ପଣ କରିଛନ୍ତି କେନ୍ଦ୍ର ସରକାର ।

ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଭାବରେ ରହିଥିବା ମାଧବୀ ପୁରୀ ବୁଚ୍ ବର୍ତ୍ତମାନ ସାଂଘାଇର ନ୍ୟୁ ଡେଭେଲପମେଣ୍ଟ ବ୍ୟାଙ୍କରେ କାମ କରୁଛନ୍ତି । ଡିଓପିଟି ବିଭାଗରେ ୩ ବର୍ଷ ପାଇଁ ମାଧବୀଙ୍କୁ ନିଯୁକ୍ତ କରାଯାଇଛି । ୧୯୮୪ ବ୍ୟାଚର ହିମାଚଳ ପ୍ରଦେଶ ଆଇଏଏସ କ୍ୟାଡର ଅଜୟ ତ୍ୟାଗୀଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ ମାଧବୀ ପୁରୀ ।୨୦୧୭ରେ ଅଜୟ ସେବିର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଅଗଷ୍ଟ ୨୦୨୦ରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲା । ତେବେ ପ୍ରଥମେ ୬ ମାସ ଏବଂ ପରେ ଦେଢ ବର୍ଷ ପାଇଁ ତାଙ୍କର କାର୍ଯ୍ୟକାଳକୁ ବଢାଇ ଦିଆଯାଇଥିଲା ।

Get real time updates directly on you device, subscribe now.