fbpx

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: ମାଡ୍ରାସ ହାଇକୋର୍ଟ ଆୟ ବହିର୍ଭୂତ ସଂପତ୍ତି ମାମଲାରେ ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ.ପୋନମୁଡିଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ସଜା ଶୁଣାଇଛନ୍ତି । କେବଳ ଏତିକି ନୁହେଁ କୋର୍ଟ ପୋନମୁଡିଙ୍କ ସହିତ ତାଙ୍କ ପତ୍ନୀଙ୍କ ଉପରେ ମଧ୍ୟ ୫୦-୫୦ଲକ୍ଷ ଟଙ୍କାର ଜୋରିମାନା ଲଗାଇଛନ୍ତି । ତେବେ କୋର୍ଟ ପୋନମୁଡିଙ୍କ ସଜାକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛନ୍ତି କାରଣ ବର୍ତ୍ତମାନ ତାଙ୍କ ପାଖରେ ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱ ରହିଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ନିମ୍ନ ଅଦାଲତ ତାଙ୍କୁ ଏହି ମାମଲାରେ ମୁକ୍ତ କରିଦେଇଥିଲା । ଏବେ ନିମ୍ନ ଅଦାଲତର ନିଷ୍ପତ୍ତିକୁ ମାଡ୍ରାସ ହାଇକୋର୍ଟ ବଦଳାଇ ଦେଇଛନ୍ତି । ଯଦି ସୁପ୍ରିମକୋର୍ଟ ପୋନମୁଡିଙ୍କ ସଜା ଉପରେ ପ୍ରତିବନ୍ଧ ଲଗାଇବେ ନାହିଁ ତେବେ ସେ ବିଧାୟକ ଓ ମନ୍ତ୍ରୀ ପଦ ହରାଇବେ ନିଶ୍ଚୟ ।

Get real time updates directly on you device, subscribe now.