fbpx

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ଜିତିଲେ ମଗନ୍ତୀ କୀର୍ତ୍ତି

ଓଡ଼ିଶା ଭାସ୍କର: ହିମାଚଳପ୍ରଦେଶ ସ୍ଥିତ ନାଗରୋଟା ଭବନ ରେନବୋ ଇଣ୍ଟରନ୍ୟାସନାଲ ସ୍କୁଲରେ ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜାତୀୟ ମାନ୍ୟତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯେଗୀତାରେ ଭୁବନେଶ୍ୱରର କିଟ୍ ଛାତ୍ରୀ ମଗନ୍ତୀ କୀର୍ତ୍ତି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ମହିଳା ୭୬ କେଜି ବର୍ଗରେ ମୋଟ୍ ୧୭୧ କେଜିର ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ମଗନ୍ତୀ ୭୬ କେଜି ସ୍ନାଚ୍ ଏବଂ ୯୫୪ କେଜି କ୍ଳିନ୍ ଓ ଜର୍କ ସହ ଏହି ଭାରୋତ୍ତୋଳନ କରିଥିଲେ । ସେ କିଟ୍ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ବାଣିଜ୍ୟ ୨ୟ ବର୍ଷରେ ଅଧ୍ୟୟନ କରୁଛନ୍ତି । ଏହି ସଫଳତା ପାଇଁ ସେ କିଟ୍ ଓ କିସର ପ୍ରତିଷ୍ଠାତା ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କୁ ତାଙ୍କ ସହଯୋଗ ଓ ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଛନ୍ତି ।

 

Get real time updates directly on you device, subscribe now.