କାଉଡିଆଙ୍କୁ ବାଟରେ ଭେଟିଲେ ମହାକାଳ: ମ୍ୟାଜିକ ଦେଖାଇ କିଣି ନେଲେ ମନ

କୋରାପୁଟ: କାଉଡିଆଙ୍କୁ ବାଟରେ ଭେଟୁଛନ୍ତି ମହାକାଳ । ବାଟରେ କାଉଡିଆଙ୍କ ସାମ୍ନାରେ ବିଭିନ୍ନ ମ୍ୟାଜିକ ବି ଦେଖାଉଛନ୍ତି ଆଉ ମନ ବି କିଣୁଛନ୍ତି । ତେବେ ଏ ମହାକାଳ ପ୍ରକୃତରେ ମହାକାଳ ନୁହନ୍ତି ବରଂ ମହାକାଳ ବେଶରେ ଆସିଥିବା ବୋଲବମ ଗୃପର କିଛି ସଦସ୍ୟ । ଏଭଳି କିଛି ଭିନ୍ନ ଧରଣର ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ ଅଞ୍ଚଳରେ ।

ଶ୍ରାବଣ ମାସର ତୃତୀୟ ସୋମବାରରେ ମହାଦେବଙ୍କୁ ଜଳ ଲାଗି କରିବାକୁ ବାହାରିଛନ୍ତି ହଜାର ହଜାର କାଉଡିଆ । ସେହିଭଳି କୋଟପାଡ ଅଞ୍ଚଳରୁ ବାହାରିଥିବା କାଉଡିଆଙ୍କୁ ବାଟରେ ମନୋରଞ୍ଜନର ଖୋରାକ ଯୋଗାଉଛନ୍ତି ଏହି ମହାକାଳ ଅବତାରୀ । ପାଣି ଧରି କାଉଡିଆମାନେ ଖାଲି ପାଦରେ କଷ୍ଟ କରି ଚାଲି ଚାଲି ଯାଉଥିବାବେଳେ ତାଙ୍କୁ ଟିକେ ଆଶ୍ୱସ୍ତି ଦେବା ପାଇଁ କିଛି ନୂଆ ଢଙ୍ଗରେ ପ୍ରୟାସ କରିଛନ୍ତି ଶସାହାଣ୍ଡି ବୋଲବମ ଗ୍ରୁପ ।

ମହାକାଳ ଅବତାର ମାନେ ସାଇକେଲ ଦ୍ୱାରା ସରକସ ଦେଖାଇବା ସହ ପାଣି ଗରା ଧରି ବୁଲାଇଥିଲେ ।ପୁଣି ଦୁଇ ଜଣ ଗଳା ପାଖରେ ଚାକୁ ଦେଇ ମୋଟା ରଡ଼ ବଙ୍କା ମଧ୍ୟ କରିଥିଲେ ଓ ବୋଲବମ କାଉଡିଆ ମାନେ କାଉଡ଼ିଧରି ବୋଲବମ ଡାକ ପକାଉଥିଲେ । ଚାଲି ଚାଲି ହାଲିଆ ହୋଇଯାଉଥିବା କାଉଡିଆମାନେ ମଧ୍ୟ କିଛି ସମୟ ଏ ଦୃଶ୍ୟକୁ ଉପଭୋଗ କରିବା ପରେ ପୁଣି ବୋଲବମ ଡାକଦେଇ ଚାଲିଯାଇଥିଲେ ମହାଦେବଙ୍କୁ ପାଣି ଢାଳିବା ଅଭିମୁଖେ । ତା ପରେ କାଉଡ଼ି ଧରି ବୋଲବମ ମାନେ ରାସ୍ତା ରେ ଚାଲିବାକୁ ଲାଗିଲେ ସେମାନେ ନୂଆଗାଁ ରାସ୍ତା ଦେଇ କୁସୁମୀ ହେଇ ଗୁପ୍ତେଶ୍ୱର କୁ ଯିବେ ତାଙ୍କୁ ସହ ଯୋଗ କରିବା ପାଇଁ ଶିବଙ୍କ ବେଶ ହୋଇଥିଲେ ଗୃପର କିଛି ପିଲା ।