CHARIDHAM

ଘରେ ଘରେ ପହଞ୍ଚିବ ମହାକୁମ୍ଭ ଜଳ, ସରକାରଙ୍କ ଭିନ୍ନ ପ୍ରୟାସ

ଆପଣ ମହାକୁମ୍ଭ ଯାଇପାରିନାହାନ୍ତି କି? ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇପାରିନାହାନ୍ତି କି? ସେଥିପାଇଁ ମନ ଗୋଳେଇ ଘାଣ୍ଟି ହୋଉଛି କି? ତେବେ ଆଉ ଚିନ୍ତା କରନ୍ତୁନି। ଏଣିକି ଘରେ ଘରେ ଆସି ପହଞ୍ଚିବ ମହାକୁମ୍ଭ ପାଣି।

ଉତ୍ତରପ୍ରଦେଶ: ସରିଯାଇଛି ମହାକୁମ୍ଭ, ହେଲେ ଏବେ ବି ଅନେକ ଲୋକଙ୍କ ମନରେ ଅପସୋସ ରହିଯାଇଛି। କି ସେମାନେ ସଙ୍ଗମ ଜଳରେ ବୁଡ଼ ପକାଇପାରିଲେ ନାହିଁ। ଆଉ ସେହି ମାନଙ୍କ ଭିତରେ ଆପଣ ବି ଅଛନ୍ତି କି?

ତାହାଲେ ଚିନ୍ତା କରନ୍ତୁନି। କାରଣ ଏଣିକି ଘରେ ଘରେ ପହଞ୍ଚିବ ସଙ୍ଗମ ଜଳ। ଯେଉଁମାନେ ପବିତ୍ର ତ୍ରିବେଣୀ ପାଣିରେ ବୁଡ଼ ପକାଇପାରିନାହାନ୍ତି। ସେମାନଙ୍କ ଘରେ ନିଜେ ଏହି ପବିତ୍ର ଜଳ ପହଞ୍ଚାଇବେ ଉତ୍ତରପ୍ରଦେଶ ସରକାର। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି। ଏବଂ ଏହାକୁ ଲୋକମାନେ ମଧ୍ୟ ବହୁ ଆଗ୍ରହର ସହ ଗ୍ରହଣ କରୁଛନ୍ତି।

ମହାକୁମ୍ଭ: ତେବେ ଚଳିତ ବର୍ଷ ଏକ ସୌଭାଗ୍ୟର ବର୍ଷ ଥିଲା। କାରଣ ଏହି ବର୍ଷ ଦୀର୍ଘ ୧୪୪ ବର୍ଷ ପରେ ମହାକୁମ୍ଭ ପଡିଥିଲା। ଆଉ କୋଟି କୋଟି ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ତ୍ରିବେଣୀ ଘାଟରେ ଭିଡ଼ ଲଗାଇଥିଲେ।

ଯଦିଓ ଏହି ମହାକୁମ୍ଭ ମେଳା ସରିଯାଇଛି। ହେଲେ ଏହି ମହାକୁମ୍ଭକୁ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି। ଠିକ୍ ସେହିପରି ଯେଉଁମାନେ ସଙ୍ଗମରେ ବୁଡ଼ ପକାଇପାରିନାହାନ୍ତି ସେମାନଙ୍କ ମନରେ ଗୋଟେ ଦୁଃଖ ରହିଯାଇଛି। ଆଉ ସେହି ଦୁଃଖକୁ ଦୂର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଯୋଗୀ ସରକାର।

ଘରେ ଘରେ ତ୍ରିବେଣୀ ଜଳ: ଯେଉଁମାନେ ମହାକୁମ୍ଭରେ ସାମିଲ ହୋଇ ପାରି ନାହାନ୍ତି ସେମାନଙ୍କ ପାଇଁ ଯୋଗୀ ସରକାର କରିଛନ୍ତି ଘରେ ଘରେ ସଙ୍ଗମ ଜଳ ବ୍ୟବସ୍ଥା। ଆଉ ଯୋଗୀଙ୍କ ଘୋଷଣା ପରେ ଏହି କାମରେ ଲାଗି ପଡିଛି ଅଗ୍ନିଶମ ବିଭାଗ।

ତେବେ ପ୍ରୟାଗରାଜର ହରଦୋଇ ଜିଲ୍ଲାରେ ଅଗ୍ନିଶମ ବିଭାଗ ପକ୍ଷରୁ ଘରେ ଘରେ ପହଞ୍ଚାଇବାର ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପବିତ୍ର ଜଳକୁ ପାନ କରିବାକୁ ଲୋକ ଉତ୍ସୁକତାର ସହ ଗ୍ରହଣ କରୁଥିବା ବେଳେ ଏହା ଭିନ୍ନ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି।