fbpx
BSKY
BJD MC SKY
BJD MS SKY

ଗରିବ ପରିବାରର ମହିଳାଙ୍କୁ ମିଳିବ ବାର୍ଷିକ ୧ ଲକ୍ଷ ଟଙ୍କା, ଜାଣନ୍ତୁ ମହାଲକ୍ଷ୍ମୀ ସ୍କିମ ବିଷୟରେ..

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ୨୦୨୪ ର ବିଗୁଲ ବାଜି ସାରିଛି । ସମସ୍ତ ରାଜନୈତିକ ଦଳ ଭିନ୍ନ-ଭିନ୍ନ ଉପାୟରେ ଭୋଟମାନଙ୍କୁ ନିଜ ପକ୍ଷରେ ଆଣିବାକୁ ପ୍ରୟାସ କରୁଛନ୍ତି । ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ନିଜ ଘୋଷଣା ପତ୍ର ନ୍ୟାୟ ପତ୍ର ଜନତା ପାଖେ ରଖିଛନ୍ତି । ଏଥିରେ ମହାଲକ୍ଷ୍ମୀ ସ୍କିମର ମଧ୍ୟ ଘୋଷଣା କରାଯାଇଛି । ଏହି ସ୍କିମ ଗରିବମାନଙ୍କୁ ଅଭାବତାରେ ଲଢିବାକୁ ପ୍ରତି ବର୍ଷ ୧ ଲକ୍ଷ ଟଙ୍କା ଦେବାକୁ ପ୍ରତିଜ୍ଞା କରିଛି ।

କଂଗ୍ରେସର ଘୋଷଣା ପତ୍ର ୫ ଏପ୍ରିଲରେ ଜାରି କରାଯାଇଛି । ଏଥିରେ ଗରିବତା ହଟାଇବା ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କା ଦିଆଯିବାର ଘୋଷଣା କରାଯାଇଛି । ଏହି ସ୍କିମ ଅନୁଯାୟୀ, ପରିବାରର ସବୁଠାରୁ ବୃଦ୍ଧ ମହିଳାଙ୍କ ଆକାଉଣ୍ଟରେ ଟ୍ରାନ୍ସଫର କରାଯିବ । ଯଦି ପରିବାରର ବୃଦ୍ଧ ମହିଳା କେହି ନାହାନ୍ତି ତେବେ ସବୁଠାରୁ ବୃଦ୍ଧ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ପ୍ରତି ବର୍ଷ ଏହି ସ୍କିମର ରିଭ୍ୟୁ କରାଯିବ ଯେଉଁଥିରୁ ଜଣାପଡିବ ଯେ, ଗରିବ ପରିବାରର ଆର୍ଥିକ ସ୍ଥିତି ଉପରେ ଏହାର କିପରି ପ୍ରଭାବ ପଡୁଛି । ଏଥିସହ ପ୍ରତି ବର୍ଷ ଗରିବ ପରିବାରର ସଂଖ୍ୟା ମଧ୍ୟ ସର୍ଭେ କରାଯିବ ।

Get real time updates directly on you device, subscribe now.