fbpx

ମାହାଙ୍ଗା ଡବଲ ମର୍ଡର ମାମଲା: ରିପୋର୍ଟ ମାଗିଲେ କୋର୍ଟ

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ମନ୍ତ୍ରୀଙ୍କ ଅଡୁଆ । ଏହି ମାମଲାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିଥିବା ବେଳେ ଶନିବାର ଏହି ମାମଲାକୁ ନେଇ ରିପୋର୍ଟ ମାଗିଛନ୍ତି କୋର୍ଟ । ଜେଏମ୍ଏଫସି କୋର୍ଟ ଏହି ମାମଲାର ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ମାହାଙ୍ଗା ପୋଲିସର ତଦନ୍ତକୁ ତୀବ୍ର ଭର୍ତ୍ସନା କରିଛନ୍ତି କୋର୍ଟ । ତଦନ୍ତରୂ ଅଗ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମୋବାଇଲ କଲ ରେକର୍ଡ ଦାଖଲ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ମୃତକ ପ୍ରଫୁଲ୍ଲ ବିଶ୍ୱାଳଙ୍କ ସମେତ ମନ୍ତ୍ରୀଙ୍କୁ ୨ ସହଯୋଗୀଙ୍କ କଲ ରେକର୍ଡ ମଧ୍ୟ କୋର୍ଟ ମାଗିଥିବା ଜଣାପଡିଛି । ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଏବଂ ମନ୍ତ୍ରୀଙ୍କ ପ୍ରତିନିଧି ବାପି ବିଶ୍ୱାଳଙ୍କ କଲ ରେକର୍ଡ ମଗାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ମନ୍ତ୍ରୀଙ୍କ ନାଁ ଚାର୍ଜସିଟରେ ନଥିବା କାରଣରୁ ମୃତକଙ୍କ ପୁଅ ଏହା ବିରୋଧରେ ଆବେଦନ କରିଥିଲେ । ଆବେଦନ ଆଧାରରେ ଅଗଷ୍ଟ ୨୬ ତାରିଖରେ ସାଲେପୁର ଜେଏମ୍ଏଫସି କୋର୍ଟ ଚାର୍ଜସିଟରେ ମନ୍ତ୍ରୀଙ୍କ ନାମ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.