fbpx
BSKY SKY
BSKY SKY

ମାହାଙ୍ଗା ଗଣହତ୍ୟା: ମାନିଲେ ଅଭିଯୁକ୍ତ ସାନଭାଇଙ୍କ ପତ୍ନୀ, କହିଲେ ଘଟଣା ବେଳର ଲୋମଟାଙ୍କୁରା କାହାଣୀ

BSKY

କଟକ(ଓଡ଼ିଶା ଭାସ୍କର): କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁରରେ ଗଣହତ୍ୟା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବଡ଼ ଭାଇ ପରିବାରର ୫ ଜଣଙ୍କୁ ସାନ ଭାଇ ହତ୍ୟା କରିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣାକୁ ଅଭୁଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ସ୍ୱୀକାର କରିଛନ୍ତି ।

ହତ୍ୟା ସମୟର ଲୋମଟାଙ୍କୁରା କାହାଣୀକୁ ଅଭିଯୁକ୍ତଙ୍କ ପତ୍ନୀ କାନ୍ଦି କାନ୍ଦି କହିଛନ୍ତି । ସେ କହିଛନ୍ତି ଯେ, ‘ସ୍ୱାମୀ ଚାବି ମାଗିଲେ, ସେମାନେ ନଦେବାରୁ ପାଟିତୁଣ୍ଡ ଆରମ୍ଭ ହେଲା । ସେମାନେ ସମସ୍ତେ ମିଶିକି ମାରିଲେ, ଇଏ ବି ମାରିଛନ୍ତି । ମୋତେ ବାହାରପଟୁ ସ୍ୱାମୀ କବାଟ ଦେଇଦେଲେ ।’ ଗତ ୧୦/୧୨ ବର୍ଷ ହେବ ସେମାନେ ହଇରାଣ କରି ଆସୁଥିଲେ । ସ୍ୱାମୀଙ୍କ ସହ ଆଉ କେହି ନଥିଲେ ବୋଲି ଅଭିଯୁକ୍ତ ଶିବଙ୍କ ପତ୍ନୀ କହିଛନ୍ତି । କିଏ କବାଟ ଖୋଲିଲା ବୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅଭିଯୁକ୍ତଙ୍କ ପତ୍ନୀ । ସେ କହିଛନ୍ତି ଯେ, ‘ସ୍ୱାମୀ କବାଟ ଖୋଲି କହିଲେ ପଳା ନଚେତ୍ ମାରିଦେବି ।

ତେବେ କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁପୁର ଗ୍ରାମରେ ଗୋଟିଏ ପରିବାରର ୫ ଜଣଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଗତକାଲି ରାତିରେ ଏହି ଜଘନ୍ୟ କାଣ୍ଡ ଘଟିଛି। ଜମିଜମା ବିବାଦରୁ ବଡ଼ଭାଇର ପୂରା ପରିବାରକୁ ସାନଭାଇ ନିଶ୍ଚିହ୍ନ କରିଦେଇଛି। ନାଟକୀୟ ଢଙ୍ଗରେ ଭିଡିଓ ଭାଇରାଲ୍‌ କରି ନିଜର ଦୋଷ ସ୍ବୀକାର କରିବା ସହିତ ସାନଭାଇ ଥାନାରେ ଆତ୍ମସମର୍ପଣ କରିଛି। କିନ୍ତୁ ଜଣେ ବ୍ୟକ୍ତି ଏଭଳି ୫ ଜଣଙ୍କୁ ହତ୍ୟା କରିବା ଘଟଣାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ବି ବଢ଼ିବାରେ ଲାଗିଛି। ଏହାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ମୃତକମାନେ ହେଲେ; ଅଲେଖ ସାହୁ (୪୪), ପତ୍ନୀ ରଶ୍ମିରେଖା ପୃଷ୍ଟି (୩୮), ବଡ଼ପୁଅ ସ୍ମୃତି ସାଇଲ ସାହୁ (୧୭), ସାନପୁଅ ସ୍ମୃତି ସୌରଭ (୧୪) ଓ ଝିଅ ସ୍ମୃତିସନ୍ଧ୍ୟା ସାହୁ (୧୯)। ସମସ୍ତଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିବା କହିଛି ଅଭିଯୁକ୍ତ ସାନଭାଇ ଶିବପ୍ରସାଦ ସାହୁ।

Get real time updates directly on you device, subscribe now.