fbpx

କାରଖାନାରେ ଭୟଙ୍କର ବିସ୍ଫୋରଣ; ୯ ମୃତ, ବହୁ ଗୁରୁତର

ନାଗପୁର: ଏଠାରୁ ୫୫ କିଲୋମିଟର ଦୂର ବଜାର ଗାଓଁରେ ଥିବା ସୋଲାର ଏକ୍ସପ୍ଲୋସିଭ୍ କମ୍ପାନୀରେ ଆଜି ସକାଳେ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଏ ପର୍ଯ୍ୟନ୍ତ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଅନୁମାନ କରାଯାଉଛି । ଯେତେବେଳେ ଏହି ବିସ୍ଫୋରଣ ହେଲା ସେତେବେଳେ ଏହି କାଷ୍ଟ ବୁଷ୍ଟର ପ୍ଲାଣ୍ଟରେ ପ୍ୟାକିଂ କରାଯାଉଥିଲା ।

ନାଗପୁର ପୋଲିସ କହିଛି ଏହି ଘଟଣାରେ ସଠିକ୍ ମୃତ୍ୟୁସଂଖ୍ୟା ଏବେ କହିହେବ ନାହିଁ । ଦୁର୍ଘଟଣାସ୍ଥଳରୁ ୪ ଜଣ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ବ୍ୟତିତ ଏବେବି ବହୁ ଲୋକ କମ୍ପାନୀ ଭିତରେ ଫସି ରହିଛନ୍ତି । ପୋଲିସ କହିଛି ବିସ୍ଫୋରଣ ଏତେ ଭୟାନକ ଥିଲା କି କୋଠାର ଗୋଟିଏ ଅଂଶ ଭାଙ୍ଗିଯାଇଛି ।

Get real time updates directly on you device, subscribe now.