ମହାରାଷ୍ଟ୍ର- ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଭୋଟର୍ସଙ୍କୁ ଖାସ୍ ଅପିଲ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ଦୁଇଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଟିତ ହେଉଛି । ମହାରାଷ୍ଟ୍ରର ଗୋଟିଏ ପର୍ଯ୍ୟାୟରେ ସମସ୍ତ ୨୮୮ ଏବଂ ଝାଡ଼ଖଣ୍ଡର ୨ୟ ତଥା ଶେଷ ପର୍ଯ୍ୟାୟରେ ୩୮ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟର୍ସଙ୍କୁ ଖାସ୍ ଅପିଲ କରିଛନ୍ତି ।

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆଜି ଝାଡ଼ଖଣ୍ଡରେ ଗଣତନ୍ତ୍ରର ମହାପର୍ବର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ । ସମସ୍ତ ମତଦାଙ୍କୁ ମୋର ନିବେଦନ କି ସେମାନେ ସକ୍ରିୟ ଭାବେ ଏଥିରେ ଅଂଶ ଗ୍ରହଣ କରନ୍ତୁ ଏବଂ ଭୋଟିଂର ନୂତନ ରେକର୍ଡ଼ ସୃଷ୍ଟି କରିନ୍ତୁ । ପ୍ରଥମ ଥର ପାଇଁ ଭୋଟ୍ ଦେଉଥିବା ଭୋଟର୍ସଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଆପଣଙ୍କ ଗୋଟିଏ- ଗୋଟିଏ ଭୋଟ୍ ରାଜ୍ୟର ଶକ୍ତି ।’

ସେହିପରି ମହାରାଷ୍ଟ୍ର ଭୋଟର୍ସଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସମସ୍ତ ଆସନ ପାଇଁ ମତଦାନ ହେବ । ରାଜ୍ୟର ସମସ୍ତ ମତଦାତାଙ୍କୁ ମୋର ନିବେଦନ ସେମାନେ ପୁରା ଉତ୍ସାହର ସହ ଏଥିରେ ଅଂଶ ଗ୍ରହଣ କରନ୍ତୁ । ଏହି ଅବସରରେ ସମସ୍ତ ଯୁବବଗ ଏବଂ ମହିଳା ସକ୍ରିୟ ଭାବେ ଅଂଶ ଗ୍ରହଣ କରନ୍ତୁ ।’