fbpx

ମହାରାଷ୍ଟ୍ର ରାଜନୈତିକ ସଙ୍କଟ: ଦାଦା ଶରଦଙ୍କୁ NCP ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇଲେ ଅଜିତ ପାୱାର

Advertisement

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ଦାଦା ଶରଦ ପାୱାରଙ୍କୁ ହଟାଇ ଦେଇଛନ୍ତି । ଏଥିସହିତ ଏନସିପି ମୁଖ୍ୟ ଭାବେ ଅଜିତ ନିର୍ବାଚିତ ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛନ୍ତି । ଏହାଛଡ଼ା ପାର୍ଟିର ନାମ ଓ ନିର୍ବାଚନୀ ଚିହ୍ନ ପାଇଁ ଦାବି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି ।

ଏନସିପି ଓ ପାର୍ଟିର ଚିହ୍ନ ପାଇଁ ଆଜି ପୂର୍ବାହ୍ନରେ ଅଜିତଙ୍କ ପକ୍ଷରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଏକ ପିଟିସନ ଦାୟର ହୋଇଥିଲା । ଏଥିସହିତ ୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଜୟନ୍ତ ପାଟିଲ ଦାବି କରିଛନ୍ତି । ଏନସିପିର କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରି ଅଜିତ କହିଥିଲେ, ‘ମୁଁ ଆଜି ପର୍ଯ୍ୟନ୍ତ ରାଜନୀତି କ୍ଷେତ୍ରରେ ଯାହା କିଛି ହାସଲ କରିଛି ତାହା କେବଳ ଦଳର ମୁଖ୍ୟ ଓ ଦାଦା ଶରଦ ପାୱାରଙ୍କ ପାଇଁ ସମ୍ଭବ ହୋଇପାରିଛି । ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି ତା’ ପଛରେ ଶରଦ ପାୱାରଙ୍କର ହାତ ରହିଛି ।’

ସେ ଯଦି ଏନସିପି ମୁଖ୍ୟ ପଦରୁ ଓହରି ଯାଆନ୍ତି ତେବେ ଅଜିତଙ୍କ ପାଖରେ ଦଳର ଅଧ୍ୟକ୍ଷ ହେବା ପାଇଁ ସୁଯୋଗ ସୃଷ୍ଟି ହେବ ବୋଲି ଗତ ୨ ତାରିଖରେ ଶରଦ ଘୋଷଣା କରିଥିଲେ । ଇସ୍ତଫାକୁ ନେଇ ଶରଦଙ୍କ ଆଚରଣରୁ ତାଙ୍କର ଆକାଂକ୍ଷା ବିଷୟରେ ସ୍ପଷ୍ଟ ହୋଇଥିଲା । ଯେତେବେଳେ ଏନସିପି କର୍ମୀମାନେ ସୁପ୍ରିୟା ସୁଲେଙ୍କୁ ଶରଦଙ୍କ ସହ କଥା ହେବାକୁ ଅନୁରୋଧ କରିଥିଲେ, ସେ ସମୟରେ ନିରବ ରହିବାକୁ ଅଜିତ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ।

ଏନସିପିର ଯେଉଁ ବିଧାୟକମାନେ ଅଧ୍ୟକ୍ଷ ଶରଦଙ୍କ ସହିତ ରହିଥିଲେ ସେମାନେ ମୁମ୍ବାଇଠାରେ ନିଜ ନିଜର ବିଶ୍ୱସନୀୟତା ପ୍ରଦର୍ଶନ କରିଥିଲେ । ବାନ୍ଦ୍ରାଠାରେ ଅନୁଷ୍ଠିତ ହୋଇଥିବ ଅଜିତଙ୍କ ବୈଠକରେ ୨୯ ଜଣ ବିଧାୟକ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଛଗନ ଭୁଜବଳ, ହସନ ମୁଶ୍ରିଫ, ନରହରି ଝିରୱାଲ, ଦିଲିପ ମୋହିତେ, ଅନିଲ ପାଟିଲ, ମନିକ୍ରାଓ କୋକୋତେ, ଦିଲୀପ ୱାଲସେ ପାଟିଲ, ଅଦିତୀ ଟାଟକରେ, ରାଜେଶ ପାଟିଲ, ଧନଞ୍ଜୟ ମୁଣ୍ଡେ, ଧର୍ମାରାଓ ଆତ୍ରାମ, ଆନ୍ନା ବନସୋଦ, ନିଲେଶ ଲଙ୍କେ, ଇନ୍ଦ୍ରାନିଲ ନାଏକ, ସୁନିଲ ଶେଲକେ, ଧତ୍ରାତ୍ତ୍ରେୟ ଭାର୍ଣ୍ଣେ, ସଞ୍ଜୟ ବନସୋଦ, ସଂଗ୍ରାମ ଜଗତାପ, ଦିଲୀପ ବାଙ୍କର, ସୁନିଲ ଟିଙ୍ଗ୍ରେ, ସୁନିଲ ଶେଲକେ, ବାଲାସାହେବ ଆଜାବେ, ଦୀପକ ଛବନ, ଯଶୱନ୍ତ ମାନେ, ନୀତିନ ପାୱାର, ଶେଖର ନିକମ, ସଞ୍ଜୟ ଶିନ୍ଦେ, ରାଜୁ କ୍ରୋମାରେ ରହିଥିଲେ ।

Get real time updates directly on you device, subscribe now.