fbpx

ପୋଲିସ୍ ମାଡାମଙ୍କ ମାଗଣାରେ ଆଇଁଷ ଖାଇବାକୁ ଇଚ୍ଛା! ଅଡିଓ ଭାଇରାଲ୍

ଓଡ଼ିଶା ଭାସ୍କର ବ୍ୟୁରୋ: ମାଡାମ୍ ପୋଲିସ୍ ହୋଇଛନ୍ତି । ପୁଣି ଡିସିପି ପଦରେ ଅଛନ୍ତି । ଆଉ ତାଙ୍କର ଯାହା ଇଚ୍ଛା ଖାଇବାରେ କିଏ ରୋକିପାରିବ? ତେଣୁ ସେ ଫଟାଫଟ୍ ଅର୍ଡର ଦେଲେ- ମଟନ୍ ବିରିୟାନୀ, ଚିଙ୍ଗୁଡ଼ି ସହିତ ଆଉକିଛି ଆଇଁଷ ଖାଦ୍ୟ ତୁରନ୍ତ ଆଣ । ନିଜ କର୍ମଚାରୀଙ୍କୁ ଏଭଳି ଅର୍ଡର ଦେବା ଭିତରେ ସବୁକିଛି ତାଗିଦ୍ କରୁଥିବା ନେଇ ଏକ ଅଡିଓ ଭାଇରାଲ୍ ହେଉଛି ।

ପାଞ୍ଚ ମିନିଟର ଉକ୍ତ ଅଡିଓରେ ମାଡାମ୍ ନିଜ କର୍ମଚାରୀଙ୍କୁ କହୁଛନ୍ତି ଯେ ସବୁ ଆଇଁଷ ଖାଦ୍ୟ ଏକ ଭଲ ହୋଟେଲରୁ ଆସିବା ଦରକାର । ସେଥିରେ ତେଲ-ମସଲା-ରାଗ ବି ଅଧିକ ନଥିବା ଦରକାର । ହଁ ସ୍ୱାଦରେ କମ୍ ହେଲେ ଚଳିବ ନାହିଁ । ଆଉ ଏଥିସହ ଡିସିପି ମାଡାମ୍ ନିଜ କର୍ମଚାରୀଙ୍କୁ କହୁଛନ୍ତି ଯେ ଯଦି ସେଭଳି ହୋଟେଲ୍ ତାଙ୍କ କାର୍ଯ୍ୟାଳୟର ସୀମାଞ୍ଚଳ ଭିତରେ ରହିଛି, ତେବେ ସେଠାରେ ଖାଦ୍ୟ ପାଇଁ ପଇସା ଦେବା ଦରକାର ନାହିଁ । କିନ୍ତୁ କର୍ମଚାରୀ କହୁଛନ୍ତି ଯେ ପୂର୍ବରୁ ସେହି ହୋଟେଲରୁ ପଇସା ଦେଇ ଖାଦ୍ୟ ଅଣାଯାଇଛି । କିନ୍ତୁ ଡିସିପି ମାଡାମ୍ ଫ୍ରି ବା ମାଗଣାରେ ହିଁ ଆଣିବାକୁ ଜିଦ୍ କରୁଛନ୍ତି ।

ଏଭଳି ଅଡିଓ ଭାଇରାଲ୍ ହେବା ପରେ ସାରା ପୁଣେ ସହରରେ ହଇଚଇ ହୋଇଯାଇଛି । କିନ୍ତୁ ଯେଉଁ ଡିସିପି ମାଡାମଙ୍କ ନାଁରେ ଅଭିଯୋଗ ହେଉଛି, ସେ ଏହାକୁ ଖଣ୍ଡନ କରିବା ସହ ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି । କିନ୍ତୁ ସରକାର ଚୁପ୍ ରହିନାହାନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ବଲସେ ପାଟିଲ୍ ଏହି ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.