fbpx

ମହାରାଷ୍ଟ୍ରରେ କରୋନା ସ୍ଥିତି ଭୟଙ୍କର; ଖୁବଶୀଘ୍ର ହେବ ଲକଡାଉନ୍

Advertisement

ମହାରାଷ୍ଟ୍ର, ୧୨ା୪ (ଓଡିଶା ଭାସ୍କର) : ଦେଶରେ ଦିନକୁ ଦିନ ରେକର୍ଡ କରୁଛି କରୋନା ସଂକ୍ରମଣ । ମହାରାଷ୍ଟ୍ରରେ ଏବେ କରୋନା ସାଂଘାତିକ ସ୍ଥିତିରେ ରହିଛି । ସେଠାରେ ଦୈନିକ ସଂକ୍ରମଣ ୫୮ ହଜାର ଟପିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ପ୍ରାୟ ୧୧ହଜାର ରହିଛି । ଯାହା ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏହି ପରିସ୍ଥିତିରେ ସରକାର ରାଜ୍ୟରେ ଲକଡାଉନ୍ କରିବା ନେଇ ଘୋଷଣା କରିପାରନ୍ତି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ଲକଡାଉନ୍ ନେଇ ନିଷ୍ପତି ନେଇପାରନ୍ତି । ସୁଚନା ଯେ, ମହାରାଷ୍ଟ୍ରରେ ବର୍ତ୍ତମାନ ଟିକାକରଣକୁ ଜୋରଦାର କରାଯାଇଛି । ଏହା ଭିତରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରୁଷିୟ ଟିକା ସ୍ଫୁଟନିକ୍-ଭି ଟିକାକୁ ବ୍ୟବହାର କରିବା ନେଇ ଅନୁମତି ଦେଇଛନ୍ତି ।

ସେହିପରି ରାଜ୍ୟରେ କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଲକଡାଉନ୍ ହିଁ ଏକମାତ୍ର ବିକଳ୍ପ ବୋଲି ଶିବସେନାଙ୍କ ମୁଖପତ୍ର ସାମନାରେ କୁହାଯାଇଛି । ଏଥିସହ ସେଠାରେ ଡୋର୍ ଟୁ ଡୋର୍ କ୍ୟାମ୍ପନିଂ କରିବା ପାଇଁ ଯୋଜନା କରାଯାଉଥିବା ଶୁଣିବାକୁ ମିଳିଛି । ତେବେ ଖାଲି ମହାରାଷ୍ଟ୍ର ନୁହେଁ ବରଂ ଦିଲ୍ଲୀ, ଛତିଶଗଡ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ଖୁବ୍ ଶୀଘ୍ର ଲକଡାଉନ୍ କରାଯାଇପାରେ ।

Get real time updates directly on you device, subscribe now.