ଜାଗର ଦିନ ଶିବଲିଙ୍ଗରେ ଭୁଲରେ ବି ଚଢ଼ାନ୍ତୁ ନାହିଁ ଏହି ୫ ଜିନିଷ, ନଚେତ୍…

ଚଳିତବର୍ଷ ମହାଶିବରାତ୍ରୀ ବା ଜାଗର ପର୍ବ ୧ ମାର୍ଚ୍ଚ ୨୦୨୨ ମଙ୍ଗଳବାର ଦିନ ପାଳନ କରାଯିବ । କୁହାଯାଏ କି, ମହାଶିବରାତ୍ରୀ ଦିନ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା । ମହାଶିବରାତ୍ରୀ ଦିନ ଭକ୍ତମାନେ ଶିବମନ୍ଦିର ଯାଇ ଜଳାଭିଷେକ ଓ ରୁଦ୍ରାଭିଷେକ କରନ୍ତି । ମନୋକାମନା ପୂରଣ ପାଇଁ ଶିବଲିଙ୍ଗରେ ଅନେକ ବସ୍ତୁ ଅର୍ପଣ କରନ୍ତି । କିନ୍ତୁ ଅନେକ ଥର ଭୁଲରେ ଏପରି ବସ୍ତୁ ଚଢ଼ାନ୍ତି, ଯାହାକୁ ଶାସ୍ତ୍ରରେ ମନା କରାଯାଇଛି । ତେବେ ଆସନ୍ତୁ ଜାଣିବା କି ଜାଗର ଦିନ ଶିବଲିଙ୍ଗରେ କେଉଁ ଜିନିଷ ଅର୍ପଣ କରିବା ଅନୁଚିତ୍…

ତୁଳସୀ ପତ୍ର :
ହିନ୍ଦୁ ଧର୍ମରେ ତୁଳସୀଙ୍କର ବିଶେଷ ମହତ୍ୱ ରହିଛି । କିନ୍ତୁ ଶିବଙ୍କ ପୂଜାରେ ଏହାର ବ୍ୟବହାର ନିଷେଧ ବୋଲି କୁହାଯାଏ । ଶିବଙ୍କ ପୂଜାରେ ତୁଳସୀ ବ୍ୟବହାର କରିବା ଦ୍ୱାରା ମନୋକାମନା ପୂରଣ ହୋଇନଥାଏ ।

କୁମକୁମ ବା ସିନ୍ଦୁର :
ଶିବଲିଙ୍ଗରେ କୁମକୁମ ବା ସିନ୍ଦୁର ଅର୍ପଣ କରିବା ନିଷେଧ । ଏହାର କାରଣ ହେଉଛି କୁମକୁମ ବା ସିନ୍ଦୁର ସୌଭାଗ୍ୟର ପ୍ରତୀକ । ଭଗବାନ ଶିବ ବୈରାଗୀ ହୋଇଥିବାରୁ ଶିବଲିଙ୍ଗ ଉପରେ ପାଉଁଶ ଚଢ଼ାଇବା ଭଲ ବୋଲି କୁହାଯାଏ ।

कुमकुम या सिंदूर

ନଡ଼ିଆ :
ଶାସ୍ତ୍ର ଅନୁଯାୟୀ, ଶିବଲିଙ୍ଗ ଉପରେ ନଡିଆ ପାଣି ଅଭିଷେକ କରିବା ଉଚିତ୍ ନୁହେଁ । ନଡ଼ିଆର ଦେବୀ ମା’ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଏହା ଭଗବାନ ବିଷ୍ଣୁଙ୍କ ସହିତ ମଧ୍ୟ ଜଡିତ । ଏହି କାରଣରୁ ଶିବଙ୍କ ପୂଜାରେ ନଡ଼ିଆ ବ୍ୟବହାର କରିବା ଉଚିତ୍ ନୁହେଁ ।

କେତକୀ ଫୁଲ :
ଭଗବାନ ଶିବଙ୍କୁ ପୂଜାରେ କେବଳ ଏକ ଢ଼ାଳ ପାଣି, ଅକ୍ଷତ ଓ ବେଲପତ୍ରରେ ପୂଜା କରାପାରିବେ । ଶିବପୁରାଣ ଅନୁସାରେ, ଶିବଙ୍କ ପୂଜାରେ କେତକୀ ଫୁଲର ବ୍ୟବହାର କରିବା ଉଚିତ୍ ନୁହେଁ ।

केतकी के फूल

ହଳଦୀ :
ଭଗବାନ ଶିଙ୍କୁ ହଳଦୀ ଚଢ଼ାଇବା ଠିକ୍ ନୁହେଁ । ହଲଦୀର ସମ୍ବନ୍ଧ ଭଗବାନ ବିଷ୍ଣୁଙ୍କ ସହ ରହିଛି, ଏଥିପାଇଁ ତାଙ୍କ ପୂଜାରେ ହଳଦୀର ବ୍ୟବହାର କରାଯାଏ । କିନ୍ତୁ ଶିବଙ୍କ ପୂଜାରେ ହଳଦୀ ବ୍ୟବହାର କଲେ ଚନ୍ଦମା ଦୁର୍ବଳ ହୋଇଯାଏ । ଫଳରେ ମନ ଚଞ୍ଚଳ ହୋଇ ଏଣେତେଣେ ଦୌଡ଼ିବାକୁ ଲାଗେ ।