fbpx

ସାଉଥଷ୍ଟାର ମହେଶ ବାବୁଙ୍କ ପିତାଙ୍କ ପରଲୋକ, ୨ ମାସ ପୂର୍ବରୁ ମା’ଙ୍କର ହୋଇଥିଲା ଦେହାନ୍ତ

ନୂଆଦିଲ୍ଲୀ: ତେଲୁଗୁ ସୁପରଷ୍ଟାର ମହେଶ ବାବୁଙ୍କ ପାଇଁ ଚଳିତବର୍ଷ ଖରାପ ବୋଲି ପ୍ରମାଣିତ ହୋଇଛି । ନିକଟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ବଡ଼ ଖବର । ମହେଶଙ୍କ ପିତା କୃଷ୍ଣ ଘଟ୍ଟାମନେନୀଙ୍କ ଦେହାନ୍ତ ହୋଇଛି । ୭୯ ବର୍ଷ ବୟସରେ କୃଷ୍ଣଙ୍କର ପରଲୋକ ହୋଇଥିବା ବେଳେ ସେ ସୁପରଷ୍ଟାର କୃଷ୍ଣଙ୍କ ନାଁରେ ବେଶ ଜଣାଶୁଣା ଥିଲେ । ହାଇଦ୍ରାବାଦର ଏକ ଘରୋଇ ମେଡିକାଲରେ ସକାଳ ୪ଟା ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ସୋମବାର ଦିନ ହାର୍ଟ ଆଟାକ୍ ଆସିବା କାରଣରୁ କୃଷ୍ଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କୃଷ୍ଣଙ୍କ ଦେହାନ୍ତରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଶୋକପ୍ରକାଶ କରିଛନ୍ତି । ଅନ୍ୟପଟେ ମହେଶ ବାବୁଙ୍କ ପିତାଙ୍କ ଦେହାନ୍ତ ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ବି ଦୁଃଖିତ ହୋଇପଡ଼ିଛନ୍ତି । ସୋସିଆଲ ମିଡିଆରେ ଫ୍ୟାନ୍ସ ଓ ସେଲିବ୍ରିଟମାନେ ଶ୍ରଦ୍ଧାଞ୍ଜଳୀ ଦେଉଥିବା ଦେଖିବାକୁ ମିଳିଛି ।

ତେବେ ବିଳମ୍ବିତ ରାତି ୧ଟା ୧୫ ମିନିଟରେ କୃଷ୍ଣଙ୍କୁ ଆଟାକ୍ ଆସିଥିଲା । ବିଳମ୍ବ ନକରି ୨୦ ମିନିଟ ଭିତରେ ସିପିଆର ଦେବା ସହ ହୋସକୁ ଆଣିବାକୁ ପ୍ରୟାସ କରିଥିଲେ ଡାକ୍ତର । ଏହା ପରେ କୃଷ୍ଣାଙ୍କୁ ଆଇସିୟୁରେ ସିଫ୍ଟ କରାଯାଇ ଭେଣ୍ଟିଲେଟରରେ ରଖାଯାଇଥିଲା । କ୨ ମାସ ପୂର୍ବରୁ ମହେଶ ବାବୁ ନିଜ ମା’ଙ୍କୁ ସବୁଦିନ ପାଇଁ ହରାଇଥିଲେ । ତାଙ୍କ ବିୟୋଗର ଦୁଃଖରୁ ପରିବାର ଲୋକ ବାହାରି ନଥିବା ବେଳେ ପୁଣିଥରେ ଘୋଟିଯାଇଛି ଦୁଃଖର ଆଉ ଏକ ବାଦଲ । ତେବେ କୃଷ୍ଣ ନିଜ କ୍ୟାରିୟରରେ ପ୍ରାୟ ୩୫୦ ଫିଲ୍ମରେ କାମ କରିଥିଲେ ।

Get real time updates directly on you device, subscribe now.