fbpx

(Video) : ମହେଶ ଭଟ୍ଟ ଦେଇଥିଲେ ଇମ୍ରାନ ହାଶମୀଙ୍କୁ ଧମକି, ଆମେ ଚାରିଟି ଖୋଲି ବସିନୁ…….

 

ଓଡିଶା ଭାସ୍କର: ବଲିଉଡର ବେଡ ବୟ ଇମ୍ରାନ ହାଶମୀ ଅନେକ ସିନେମାରେ କାମ କରି ସାରିଛନ୍ତି । ପରଦାରେ ହଟ ଆଣ୍ଡ ବୋଲ ଅଭିନେତ୍ରୀଙ୍କ ସହ ବେଶ୍ ରୋମାନ୍ସ କରନ୍ତି ଏହି ସୁପରଷ୍ଟାର । ଯାହାକୁ ଦେଖି ତାଙ୍କ ପ୍ରଶଂସକ ପ୍ରେମର ଅନ୍ତିମ ସୀମା ବି ପାର କରି ଯାଆନ୍ତି । ତାହାସହ ଘାଇଲା ବି ହୁଅନ୍ତି । ତାଙ୍କର ବହୁତ ଫ୍ୟାନ୍ସ ମଧ୍ୟ ଅଛନ୍ତି । ଇମରାନ ଏକ ଫିଲ୍ମି ପରିବାରରୁ ଆସନ୍ତି । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ଭଟ୍ଟ ତାଙ୍କର ମାମୁଁ ହେବେ ।

ନିଜର ମାମୁଁ ତାଙ୍କୁ ଗୋଟିଏ ସିନେମାରୁ ବାହାର କରି ଦେବାକୁ ଧମ୍‌କି ଦେଇଥିଲେ । ସେ ଇମରାନଙ୍କୁ କହିଥିଲେ ଯେ ସେ ଚାରିଟି ଖୋଲି ବସି ନାହାନ୍ତି । ଇମରାନଙ୍କୁ ମହେଶ ହିଁ ବଲିଉଡରେ ପଦାର୍ପଣ କରାଇଥିଲେ । ନିଜର ଡେବ୍ୟୁ ସିନେମାରେ ହିଁ ମହେଶ ଭଟ୍ଟଙ୍କଠୁ ଇମରାନ ଧମକି ଖାଇଥିଲେ । ‘କଲଯୁଗ’, ‘ଜନ୍ନତ’ ତଥା ‘ମର୍ଡର’ ଭଳି ସିନେମାରେ ଅଭିନୟ କରିଥିବା ରୋମାନ୍ସ କିଙ୍କ ଇମରାନ ହାଶମୀ ୨୦୦୩ ମସିହାରେ ‘ଫୁଟପାଥ’ ସିନେମାରୁ ଅଭିନୟ ଆରମ୍ଭ କରିଥିଲେ ।

କହିରଖୁ, ଇମରାନଙ୍କ ମାଉସୀ ସିନେମାରେ ସେ ଅଭିନୟ କରନ୍ତୁ ନାହିଁ ବୋଲି ଚାହୁଁ ନ ଥିଲେ । ସିନେମାରେ ସେ ତିଷ୍ଠି ରହିବ ବୋଲି ତାଙ୍କ ପରିବାରର କାହାକୁ ମଧ୍ୟ ତାଙ୍କ ଉପରେ ଭରସା ନ ଥିଲା । ନିଜର ପ୍ରଥମ ସିନେମା ‘ଫୁଟପାଥ’ ର ସୁଟିଂ ସମୟରେ ସେ ଧମକି ପାଇଥିଲେ ନିଜ ମାମୁଁ ମହେଶଙ୍କଠୁ । ସେ ଯଦି ସିନେମାରେ ଭଲ ଅଭିନୟ ନ କରନ୍ତି ତାଙ୍କୁ ସେ ବାହାର କରି ଦେବେ ବୋଲି ମହେଶ ଇମରାନଙ୍କୁ ଧମକି ଦେଇଥିଲେ । ସେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଖୋଲି ନାହାନ୍ତି ବୋଲି ମଧ୍ୟ କଡା ଭାଷାରେ କହିଥିଲେ ।

 

View this post on Instagram

 

A post shared by Emraan Hashmi (@therealemraan)

Get real time updates directly on you device, subscribe now.