fbpx

ମହିମା ଚୌଧୁରୀଙ୍କ ଝିଅ ଉପରେ ଫିଦା ହେଲା ଇଣ୍ଟରନେଟ , ଦେଖନ୍ତୁ ଫଟୋ

Advertisement

ମୁମ୍ବାଇ, ୧୨ା୪ (ଓଡିଶା ଭାସ୍କର) : ୯୦ ଦଶକର ମଶହୁର୍ ଅଭିନେତ୍ରୀ ମହିମା ଚୌଧୁରୀ ଫିଲ୍ମ ଦୁନିଆରୁ ଦୁରେଇ ଯାଇଛନ୍ତି । ହେଲେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍ ଅଛନ୍ତି । ଇନଷ୍ଟାଗ୍ରାମ ମାଧ୍ୟମରେ ସେ ତାଙ୍କ ଫ୍ୟାନ୍ସ ମାନଙ୍କ ସହ ନିୟମିତ ଯୋଡି ହୋଇରହିଛନ୍ତି । ନିକଟରେ ମହିମା ଚୌଧୁରୀ ତାଙ୍କ ଝିଅ ଆରିୟାନାଙ୍କ ସହ ସ୍ପଟ୍ ହୋଇଥିଲେ । ଏହାପରଠୁ ତାଙ୍କ ଝିଅ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।

ତେବେ ମହିମା ଚୌଧୁରୀ ତାଙ୍କ ଭଉଣୀ ଆକାଂକ୍ଷାଙ୍କ ସହ ଝିଅ ଆରିୟାନା ଏବଂ ଭଣଜା ରାୟନଙ୍କୁ ଡେନଟିଷ୍ଟ ପାଖକୁ ନେଇକି ଯାଇଥିଲେ । ଆଉ ଏତିକି ବେଳେ ସେ କ୍ୟାମେରା ଫ୍ରଣ୍ଟକୁ ଆସିଥିଲେ । ଆଉ ଏହାପରେ ତାଙ୍କ ଫଟୋ ଏବଂ ଭିଡିଓ ସବୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଫ୍ୟାନ୍ସ ମାନେ ଆରିୟାନାଙ୍କ କ୍ୟୁଟ୍ ନେସ୍ ରେ ଫିଦା ହୋଇଯାଇଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଗୋଟିଏ ଭିଡିଓରେ ଜଣେ ୟୁଜର୍ କମେଣ୍ଟ କରିଛନ୍ତି ଯେ, “ମା’ଙ୍କ କାର୍ବନ୍ କପି, ବହୁତ ସୁନ୍ଦର’ । ସେହିପରି ଆଉ ଜଣେ ଲେଖିଛନ୍ତି, ମହିମାଙ୍କ ମାସୁମ୍ ଝିଅ । ତେବେ ମହିମା ଇନଷ୍ଟଗ୍ରାମରେ ଝିଅ ଆରାୟାନାଙ୍କ ଫଟୋ ସେୟାର କରନ୍ତି ।

ଆରିୟାନା ହେଉଛନ୍ତି, ମହିମାଙ୍କ ଏକ୍ସ ସ୍ୱାମୀ ବବି ମୁଖାର୍ଜୀଙ୍କ ଝିଅ । ସେ ୨୦୦୬ରେ ସେ ବିଜନେସମେନ୍ ବବି ମୁଖାର୍ଜୀଙ୍କୁ ବିବାହ କରିଥିଲେ ଏବଂ ୨୦୧୩ରେ ତାଙ୍କଠୁ ଅଲଗା ହୋଇଯାଇଥିଲେ । ମହିମା ତାଙ୍କ ସ୍ୱାମୀଙ୍କୁ ଡାଇଭର୍ସ ଦେଇନାହାନ୍ତି ହେଲେ ତାଙ୍କଠାରୁ ଅଲଗା ରହୁଛନ୍ତି । ଆରିୟାନାଙ୍କ କଷ୍ଟଡି ନିଜେ ମହିମା ନେଇଛନ୍ତି ।

 

Get real time updates directly on you device, subscribe now.