fbpx

ପୁଣି ଅଡ଼ୁଆରେ ମହୁଆ, ଓକିଲଙ୍କ ଫୋନ୍ ଟ୍ରାକ୍ କରିବା ଅଭିଯୋଗ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ମହୁଆ ମୋଇତ୍ରା ପୁଣି ଥରେ ବିବାଦ ଘେରରେ । ପୂର୍ବରୁ ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ତାଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଥିଲା । ବର୍ତ୍ତମାନ ମହୁଆ ଗୁପ୍ତଚର କାର୍ଯ୍ୟରେ ଲିପ୍ତ ଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଏନେଇ ବରିଷ୍ଠ ଓକିଲ ଜୟ ଅନନ୍ତ ଦେହାଦ୍ରଇ ପଶ୍ଚିମବଙ୍ଗ ପୋଲିସ ସହଯୋଗରେ ସିବିଆଇକୁ ମହୁଆଙ୍କ ବିରୋଧରେ ଏକ ଅଭିଯୋଗପୂର୍ଣ୍ଣ ଚିଠି ଲେଖିଛନ୍ତି । ଏଥିରେ ଉଲ୍ଲେଖ ରହିଛି ଯେ ମହୁଆ ପଶ୍ଚିମବଙ୍ଗରେ ଥିବା କଣ୍ଟାକ୍ଟ ଯୋଗେ ଜୟ ଅନନ୍ତଙ୍କ ଫୋନ ଟ୍ରାକ୍ କରୁଛନ୍ତି । ଏହା ପୂର୍ବରୁ ମହୁଆ ତାଙ୍କୁ ଧମକ ଦେଉଥିବା ସେ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.