ପୁରୀ: ଆଜି ପୁରୀ ଶ୍ରୀକ୍ଷେତ୍ରରେ ବହୁ ଆଡ଼ମ୍ବରରେ ଚାଲିଛି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । କିନ୍ତୁ ଏହି ପ୍ରକଳ୍ପର ଲୋକାର୍ପଣ ପରେ ଶ୍ରୀମନ୍ଦିରର ସିଂହଦ୍ୱାର ନିକଟରେ ଏକ ବଡ଼ ଅଘଟଣ ଘଟିଯାଇଛି । ସିଂହଦ୍ୱାର ପାଖରେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି । ଜଣେ ମହିଳା ଶ୍ରଦ୍ଧାଳୁଙ୍କୁ ଏଠାରେ ଗୁରୁତର ଅବସ୍ଥାରେ ପ୍ରଥମେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଛନ୍ତି । ଏହି ମହିଳାଙ୍କୁ ୨ ଜଣ ମହିଳା ସ୍ୱେଚ୍ଛାସେବୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନେଇ ଯାଇଥିଲେ । କିନ୍ତୁ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇ ପାରିନାହିଁ । ତେବେ ମୃତ ମହିଳାଙ୍କ ପରିଚୟ ଏବେ ପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପରିକ୍ରମା ପ୍ରକଳ୍ପ ମହୋତ୍ସବ ଅବସରରେ ଏଭଳି ଅଘଟଣକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।