fbpx

ମାଓ କ୍ୟାମ୍ପରେ ବଡ଼ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ମାଓବାଦୀ ଢେର୍, ୨ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡ଼ କାଙ୍କେର ଅଞ୍ଚଳରେ ମାଓବାଦୀଙ୍କ କାଳ ପାଲଟିଛନ୍ତି ଭାରତୀୟ ସୁରକ୍ଷାକର୍ମୀ । ଭାରତୀୟ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ଦେଖିବାକୁ ମିଳିଛି । ଫଳରେ ଯବାନଙ୍କ ଗୁଳିରେ ୨୯ ଜଣ ଯବାନ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ଅପରେସନରେ ୨ ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜାଣିବାକୁ ମିଳିଛି । ସେମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ମେଡିକାଲରେ ବର୍ତ୍ତି କରାଯାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଗୁଳି ବିନିମୟ ଜାରି ରହିଥିବା ବେଳେ ମାଓ କ୍ୟାମ୍ପ ନଷ୍ଟ କରିବାରେ ଅଧିକ ଫୋର୍ସ ମୁତୟନ କରାଯାଉଛି । ଏହି ଅପରେସନରେ ମାଓ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଅନୁସାରେ, କାଙ୍କେର ଛୋଟେବେତିୟା ପୋଲିସ ଷ୍ଟେସନ ନିକଟ ଜଙ୍ଗଲରେ ମାଓବାଦୀଙ୍କ ଅବସ୍ଥିତି ବିଷୟରେ ଖବକର ପାଇଥିଲା ସୁରକ୍ଷାକର୍ମୀ । ଏହାପରେ ଡିଆରଜି ଯବାନ ଏବଂ ସ୍ଥାନୀୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏହି ସମୟରେ ମାଓବାଦୀଙ୍କ ତରଫରୁ ଅଚାନକ ଆକ୍ରମଣ ହୋଇଥିଲା । ଯାହାର ଜବାବରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଗୁଳି ଚଳାଇବାକୁ ପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅୁସାରେ, ଏହି ଗୁଳୁ ବିନିମୟରେ ୨୯ ମାଓବାଦୀ ନିହତ ହୋଇଛନ୍ତି । ତେବେ ଆଗକୁ ଏହି ସଂଖ୍ୟାରେ ଆହୁରି ବୃଦ୍ଧି ହେବାର ଅନୁମାନ କରିଛନ୍ତି ସ୍ଥାନୀୟ ଏସପି କଲ୍ୟାଣ ଇଲ୍ଲିସେଲା ।

ତେବେ ଏନକାଉଣ୍ଟରରେ ମାଓ ସଂଗଠନର କିଛି ଟପ୍ ଲିଡର ମଧ୍ୟ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି । ମୃତକଙ୍କ ମଧ୍ୟରେ ନକ୍ସଲ ସଂଗଠନର କୁଖ୍ୟାତ ଲିଡର ଶଙ୍କର ରାଓ ଥିବା ଚିହ୍ନଟ କରାଯାଇଛି । ଏହି ଶଙ୍କରକୁ ଧରାଇଦେବା ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହାବ୍ୟତୀତ ମରଶରୀର ପାଖରୁ ଏକେ-୪୭ ଏବଂ ଇନସାସ ରାଇଫଲ ଭଳି ହତିଆର ମଧ୍ୟ ଜବତ କରିଛି ପୋଲିସ ।

Get real time updates directly on you device, subscribe now.