fbpx

ମକର ସଂକ୍ରାନ୍ତିରେ ବଦଳିବ ଏହିସବୁ ରାଶିମାନଙ୍କ ଭାଗ୍ୟ; ମିଳିବ ମା ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା

Advertisement

ହିନ୍ଦୁ ଧର୍ମରେ ଜ୍ୟୋତିଷ ଶାସ୍ତ୍ର ଏବଂ ପ୍ରତ୍ୟେକ ପର୍ବ ପର୍ବାଣୀର ବିଶେଷ ଗୁରୁତ୍ୱ ଏବଂ ମହତ୍ୱ ରହିଛି । କାରଣ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଗ୍ରହ ନକ୍ଷତ୍ରଙ୍କ ଚଳନ ଠାରୁ ଆରମ୍ଭ କରି ଜଣେ ବ୍ୟକ୍ତିର ଭାଗ୍ୟ ଭଭିଷ୍ୟ ବିଷୟରେ ଅନେକ କିଛି କଥା ଜାଣିହୁଏ । ତେବେ ଏହି ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନକ୍ଷତ୍ରଙ୍କ ଚଳନ ଓ ସ୍ଥିତି ପରିବର୍ତ୍ତନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିସହିତ ଗ୍ରହମାନଙ୍କ ଏହି ସ୍ଥିତି ପରିବର୍ତ୍ତନ ସମସ୍ତ ୧୨ଟି ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ଫଳରେ କିଛି ରାଶିର ବ୍ୟକ୍ତିମାନେ ଅନେକ ଶୁଭ ଫଳ ପାଇଥାନ୍ତି ତ ଆଉ କିଛି ରାଶିର ବ୍ୟକ୍ତିମାନଙ୍କୁ ବିଭିନ୍ନ ସମସ୍ୟା ଦେଇ ଗତିକରିବାକୁ ପଡିଥାଏ । ତେବେ ଜାନୁଆରୀ ୧୩ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହା ପୂର୍ବରୁ ମଙ୍ଗଳ ଗ୍ରହ ତାଙ୍କ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଯାହାଫଳରେ ଏହା ୧୨ଟି ରାଶି ଉପରେ ପ୍ରଭାବ ପକାଇବ । କିନ୍ତୁ ଖାସ କରି ୪ ଟି ରାଶି ଉପରେ ଏହା ଅଧିକ ପ୍ରଭାବ ପକାଇବ । ଫଳରେ ସେହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକ ସଫଳତା ହାସଲ କରିବା ସହିତ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହୁଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ୪ ରାଶିମାନଙ୍କ ବିଷୟରେ…

ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହ ବୃଷ ରାଶିରେ ପ୍ରବେଶ କରିବା ଫଳରେ ଏହା ମେଷ ରାଶି ଉପରେ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଆଗାମୀ ଦିନରେ ଅନେକ ସଫଳତା ହାସଲ କରିବା ସହ ଧନ ପ୍ରପ୍ତିର ମଧ୍ୟ ଯୋଗ ରହିଛି । ଏତତ୍ ବ୍ୟତୀତ ପରିବାର ସହ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରି ପାରନ୍ତି ଏବଂ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କ ବଦଳୀ ହେବାର ସମ୍ଭାବନା ମଧ୍ୟ ରହିଛି ।

ମିଥୁନ: ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ମିଥୁନ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିବ । ଫଳରେ ଘରେ ମାଙ୍ଗିଳକ କାର୍ଯ୍ୟ ହେବା ସହ ବେପାର ବାଣିଜ୍ୟରେ ବୃଦ୍ଧି ହେବ । ଏଥିସହିତ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କର ଅନ୍ୟତ୍ର ବଦଳି ହେବା ସହ ନୂତନ ଦାୟିତ୍ୱ ମଧ୍ୟ ମିଳିବାର ଯୋଗ ରହିଛି । ତେବେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ସଫତା ମିଳିବ ।

କର୍କଟ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହ ତାଙ୍କ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରକବେଶ କରିବା ଫଳରେ ଏହା କର୍କଟ ରାଶିର ବ୍ୟକ୍ତିମାନଙ୍କୁ ଅନେକ ଳାଭ ପ୍ରଦାନ କରିବ ।ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନେ ଜୀବନରେ ଅନେକତ ସଫଳତା ପାଇବା ସହ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି । ସେହିପରି ଚାକିରୀ କରୁଥିବା ବ୍ୟକ୍ତିମାନଙ୍କୁ ସହକର୍ମିଙ୍କ ସହେଯାଗ ମିଳିବ ।

ତୁଳା: ମଙ୍ଗଳ ଗ୍ରହଙ୍କ ରାଶି ପରିବର୍ତ୍ତନ ଫଳରେ ତୁଳା ରାଶିର ବ୍ୟକ୍ତିମାନଙ୍କୁ ଚାକିରୀ ପରିବର୍ତ୍ତନର ଯୋଗ ରହିଛି । ଯେଉଁକାରଣରୁ ତାଙ୍କୁ ଅନ୍ୟ ଏକ ସ୍ଥାନକୁ ଯିବାକୁ ପଡିପାରେ ।ଏଥିସହିତ ତାଓଙ୍କ ପିରଶ୍ରମର ଭଲ ଫଳ ମଧ୍ୟ ମିଳିବା ସହ ମା ଲକ୍ଷମ୍ୀଙ୍କ କୃପା ଦୃଷ୍ଟି ମଧ୍ୟ ରହିବ ।

Get real time updates directly on you device, subscribe now.