fbpx

ନିବେଶରେ ନୂଆ ଇତିହାସ ଲକ୍ଷ୍ୟ:ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ

Advertisement

ଭୁବନେଶ୍ୱର : ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା ବିଶ୍ୱ । ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିବ ପୁଞ୍ଜି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୨୦୧୬ ଓ ୨୦୧୮ ପରେ ବୁଧବାରଠାରୁ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ମେକ୍ ଇନ୍ ଓଡ଼ିଶା କନକ୍ଳେଭର ତୃତୀୟ ସଂସ୍କରଣ । ଏଥିପାଇଁ ସଜେଇ ହୋଇଛି ଜନତା ମଇଦାନ । ପୂର୍ବ ଦୁଇ ସମ୍ମିଳନୀ ସଫଳତାକୁ ଯଦି ଅବଲୋକନ କରାଯାଏ ତେବେ ତୃତୀୟ ସଂସ୍କରଣ ଏକାଧିକ କୀତ୍ତିମାନ ରଚିବ ବୋଲି ମତ ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟ ପ୍ରଶାସନ ଓ ନିବେଶକମାନେ ମଧ୍ୟ ବେଶ୍ ଉତ୍ସାହିତ ରହିଛନ୍ତି । ଏହି ନିବେଶକ ସମ୍ମିଳନୀ ବିଶ୍ୱ ସମୁଦାୟ ଆଗରେ ବତାଇବ ଓଡ଼ିଶା ରୂପାନ୍ତରଣର କାହାଣୀ। ଓଡ଼ିଶାରେ ଭରି ରହିଥିବା ସମ୍ଭାବନାକୁ କରିବ ଉଜାଗର । ଖଣି ଓ ଜଳ ସମ୍ପଦ ଓଡ଼ିଶାରେ ଭରି ରହିଥିବାବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ରାଜ୍ୟ ସରକାରଙ୍କ ଏହି ଉଦ୍ୟମ ବେଶ୍ ପ୍ରଶଂସନୀୟ ବୋଲି କୁହାଯାଇ ପାରେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୬ ଓ ୨୦୧୮ ପରେ ଚଳିତ ବର୍ଷର ସଂସ୍କରଣ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ଓଡ଼ିଶାରେ ପ୍ରଭୂତ ଖଣି ଓ ଜଳ ସମ୍ପଦ ଭରି ରହିଥିବା ବେଳେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ସବୁବେଳେ ଉଦ୍ୟମ କରୁଛନ୍ତି । ଚଳିତ ଥର ସମ୍ମିଳନୀ କୁ ଆଇଟି, ଅକ୍ଷୟଶକ୍ତି, ବୟନ, ପ୍ରଶାଧନ, ଖାଦ୍ୟ ପ୍ରକ୍ରିୟା କରଣ, ସିପିଂ, ଖଣି ଆଧାରିତ ଶିଳ୍ପ, ସ୍ୱାସ୍ଥ, ଶିକ୍ଷା, ନିର୍ମାଣ ଓ ଶକ୍ତି ଆଦି କ୍ଷେତ୍ରରୁ ପୁଞ୍ଜିନିବେଶ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ବୁଧବାର ଠାରୁ ଅତିଥିମାନଙ୍କ ଅଗମନ ହେବାକୁ ଥିବାବେଳେ ପ୍ରତ୍ୟେକ କ୍ଷେତ୍ରର ନିବେଶକଙ୍କ ସହ ସମ୍ପୃକ୍ତ ବିଭାଗର ଅଧିକାରୀ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡ଼ିଶାରେ ପୁଞ୍ଜିନିବେଶଆଜିଠୁ ମେକ୍ ଇନ୍ ଓଡ଼ିଶା… ସମ୍ଭାବନା ସମ୍ପର୍କରେ ସୂଚନା ଦେବେ । ରାଜ୍ୟରେ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସୂଚନା ଦିଆଯିବ ।

ଏଥିପାଇଁ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଅତିରିକ୍ତ ସଚିବ, ସ୍ୱତନ୍ତ୍ର ସଚିବ ଏବଂ ଶାସନ ସଚିବ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଅନେକ ବିଶିଷ୍ଟ ଶିଳ୍ପପତି ଓ ନିବେଶକ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟକୁ ପୁଞ୍ଜି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଦୁବାଇ, ଦିଲ୍ଲୀ, ମୁମ୍ବାଇ,ବେଙ୍ଗାଲୁର ଏବଂ ହାଇଦ୍ରାବାଦରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇ ନିବେଶକମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ । ଉପରୋକ୍ତ ବୈଠକ ଗୁଡ଼ିକରେ ୨୫୦୦ରୁ ଊଦ୍ଧ୍ୱର୍ ନିବେଶକ ଯୋଗ ଦେଇଥିବାବେଳେ ୨୬୪ଟି ୱାନ ଟୁ ୱାନ ଆଲୋଚନା ହୋଇଥିଲା । ୨୦୧୬ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ୨,୦୩,୨୩୫ କୋଟି ଟଙ୍କାର ୮୪ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା । ସେହିଭଳି ୨୦୧୮ରେ ୪,୨୩,୧୧୫ କୋଟିର ୨୦୨ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଥିଲା । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପ…ନାୟକ ଏହି କନକ୍ଲେଭକୁ ଉଦ୍ଘାଟନ କରିବେ । ସେହିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ।

Get real time updates directly on you device, subscribe now.