ଆଶୀର୍ବାଦ ଦେବାକୁ କହି ବ୍ଲାଉଜ ଖୋଲିଲେ, ତା ପରେ ଦୁଷ୍କର୍ମ କଲେ
ମନ୍ଦିରର ପୂଜାରୀଙ୍କ ରାସଲୀଳା, ମଡେଲଙ୍କୁ କଲେ ଦୁଷ୍କର୍ମ
ଓଡିଶା ଭାସ୍କର: ଆଶୀର୍ବାଦ ଦେଵେ କହି ରୁମକୁ ଡାକି ମଡେଲଙ୍କୁ ଦୁଷ୍କର୍ମ କଲେ ପୂଜାରୀ। ଏଭଳି ଏକ ସାଙ୍ଘାତିକ ଘଟଣା ଇବେ ଦେଖିବାକୁ ମିଳିଛି ମାଲେସିଆରେ। ଯେଉଁଠି ଜଣେ ମାଲେସିଆର ଟେଲିଭିଜନ ହୋଷ୍ଟ ଜଣେ ହିନ୍ଦୁ ପୁରୋହିତଙ୍କ ଠାରୁ ଆଶୀର୍ବାଦ ନେବା ବାହାନାରେ ଦୁଷ୍କର୍ମର ଶିକାର ହୋଇଥିଲେ।
ଘଟଣାଟି ଗତ ମାସରେ ସେପାଙ୍ଗର ମାରିଅମ୍ମାନ ମନ୍ଦିରରେ ଘଟିଥିଲା। ୨୦୨୧ ମସିହାରେ ମିସ୍ ଗ୍ରାଣ୍ଡ ମାଲେସିଆର ବିଜେତା ଲିଶାଲିନି କାନାରାନ୍ ସୋସିଆଲ ମିଡିଆରେ ଅଭିଯୋଗ ସେୟାର କରିବା ପରେ ଏହା ପ୍ରକାଶ ପାଇଲା।
ଶ୍ରୀମତୀ କାନାରନ୍ ତାଙ୍କ ପୋଷ୍ଟରେ ଅଭିଯୋଗ କରି କହିଛନ୍ତି ଯେ, ଜୁନ୍ 21 ତାରିଖରେ ତାଙ୍କ ମାଆ ଭାରତରେ ଥିବାରୁ ସେ ଏକା ଏକ ମନ୍ଦିରକୁ ଯାଇଥିଲେ। “ସେଠାରେ ଜଣେ ପୂଜାରୀ ଅଛନ୍ତି ଯିଏ ସାଧାରଣତଃ ମୋତେ ପୂଜାପାଠ ମାଧ୍ୟମରେ ମାର୍ଗଦର୍ଶନ କରୁଥିଲେ, କାରଣ ମୁଁ ଏସବୁ ପାଇଁ ନୂଆ।
ମୁଁ ଅଧିକ ଜାଣିନାହିଁ, ଏବଂ ମୁଁ ସର୍ବଦା ତାଙ୍କ ସାହାଯ୍ୟକୁ ପ୍ରଶଂସା ମଧ୍ୟ କରିଛି,”। କିନ୍ତୁ ସେହି ଦିନ ମୁଁ ଯେତେବେଳେ ପାର୍ଥନା କରୁଥିଲି ସେ ମୋ ପାଖକୁ ଆସି କହିଲେ ଯେ ତାଙ୍କ ପାଖରେ କିଛି ପବିତ୍ର ଜଳ ଏବଂ ସୁରକ୍ଷା ସୂତା ଅଛି। ପ୍ରାର୍ଥନା ସରିବା ପରେ ତାଙ୍କୁ ଦେଖାକରି ନେଇଯିବା ପାଇଁ ସେ କହିଲେ।
ଏହାପରେ ଅଭିନେତ୍ରୀ ଜଣକ ପୂଜାରୀଙ୍କ ପାଇଁ ଏକ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିଥିଲେ କାରଣ ପୂଜାରୀ ଅନ୍ୟ ଭକ୍ତମାନଙ୍କୁ ଆଶୀର୍ବାଦ ଦେଉଥିଲେ। ତା ପରେ ପୂଜାରୀ ଜଣଙ୍କ ତାଙ୍କୁ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟକୁ ତାଙ୍କ ପଛେ ପଛେ ଯିବାକୁ କହିଥିଲେ, ଯେଉଁଠାରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ।
ସେ ପ୍ରଥମେ ତାଙ୍କୁ କିଛି ତରଳ ଜିନିଷ ଛିଞ୍ଚି ଦେଇଥିଲେ ଯାହା ଫଳରେ ତାଙ୍କ ଆଖି ବୁଜି ହୋଇଗଲା ଏବଂ ତା’ପରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲେ।