fbpx

ଭାରତର ପ୍ରଶଂସା କଲା ମାଳଦ୍ୱୀପର ବିରୋଧୀ ଦଳ, ରାଷ୍ଟ୍ରପତି ମୁଇଜ୍ଜଙ୍କୁ କଲେ ଏହି ଦାବି

ନୂଆଦିଲ୍ଲୀ: ମାଳଦ୍ୱୀପର ବିରୋଧୀ ପାର୍ଟୀ (ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟୀ) ଭାରତର ପ୍ରଶଂସା କରିଛନ୍ତି। ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟୀ କହିଛି ଯେ, ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନେତୃତ୍ୱାଧୀନ ସରକାରଙ୍କ ଭାରତର ନୀତିରେ ଆସିଥିବା ଅଚାନକ ପରିବର୍ତ୍ତନ ଅତ୍ୟନ୍ତ ପ୍ରଶଂସନୀୟ। ଏମଡିପିର ଅଧ୍ୟକ୍ଷ ଅବଦୁଲ୍ଲା ଶାହିଦ ଶନିବାର ଦିନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କୁ ଭେଟିଥିଲେ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କୁ ଭେଟିବା ପରେ ମାଳଦ୍ୱୀଭିଆନ ଡେମୋକ୍ରାଟିକ ପାର୍ଟୀର ଅଧ୍ୟକ୍ଷ ଅବଦୁଲ୍ଲା ଶାହିଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି। ଅବଦୁଲ୍ଲା ଶାହିଦ ଲେଖିଛନ୍ତି ଯେ, ଭାରତର ବୈଦେଶିକ ମନ୍ତ୍ରୀ ଡା. ଏସ ଜୟଶଙ୍କୁ ମାଳଦ୍ୱୀପ ଯାତ୍ରାର ସ୍ୱାଗତ। ଭରଷା ରହିଛି ଯେ, ମାଳଦ୍ୱୀପ ଇଣ୍ଟରନେସନାଲ ୯୧୧ ଡାୟଲ କଲେ ଭାରତ ସର୍ବପ୍ରଥମେ ଉତ୍ତର ଦେବ।

ଏମଡିପି ଅଧ୍ୟକ୍ଷ ଅବଦୁଲ୍ଲା ଶାହିଦ ଏଥିସହ ମୁଇଜୁ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଏମଡିପି ମୁଇଜୁ ସରକାରଙ୍କଠାରୁ ତାଙ୍କର ଅଧିକାରୀଙ୍କ, ମିଥ୍ୟା ଏବଂ ଦାୟିତ୍ୱହୀନତା ବିବୃତ୍ତି ପାଇଁ ଜାନସାଧାରଣଙ୍କ ସାମ୍ନାରେ କ୍ଷମା ମାଗିବାକୁ ଦାବି କରିଛନ୍ତି। ଦାୟିତ୍ୱହୀନତା ବିବୃତ୍ତି କାରଣରୁ ମାଲଦ୍ୱୀପକୁ ବିଦେଶୀ ଏବଂ ଅର୍ଥନୈତିକ କ୍ଷେତ୍ରରେ ବହୁ କ୍ଷତି ସହିବାକୁ ପଡିଛି।

ଅବଦୁଲ୍ଲା ଶାହିଦ କହିଛନ୍ତି ଯେ, ମୁଇଜୁ ସରକାର ନିଜ ଆକ୍ରମଣାତ୍ମକ ମନୋଭାବ ସହ ଭାରତ ବିରୋଧୀ ଭାବନାକୁ ଉତ୍ସାହିତ କରିବା ଆରମ୍ଭ କରିଥିଲେ। ଆମେ ସରକାରଙ୍କ ମାଳଦ୍ୱୀପ-ଭାରତ ନୀତିରେ ଅଚାନକ ଆସିଥିବା ପରିବର୍ତ୍ତନକୁ ସ୍ୱାଗତ କରି, ଯିଏ ଗତ ଭାରତ ଆଉଟ ନୀତିଠାରୁ ଭିନ୍ନ ଅଟେ। ଗତ ବର୍ଷ ଭାରତ-ମାଳଦ୍ୱୀପ ମଧ୍ୟରେ ସଂପର୍କକୁ ନେଇ ଅନେକ ତିକ୍ତତା ଦେଖାଦେଇଥିଲା।

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଶନିବାର ଦିନ ଭାରତକୁ ନିଜର ସବୁଠାରୁ ପାଖ ସହଯୋଗୀ ବୋଲି କହିଛନ୍ତି। ରାଷ୍ଟ୍ରପତି ମୁଇଜୁ କହିଛନ୍ତି ଯେ, ଭାରତ-ମାଳଦ୍ୱୀପ ମଧ୍ୟରେ ଐତିହାସିକ ଏବଂ ଘନିଷ୍ଠ ସଂପର୍କ ରହିଛି। ଏଥିସହ ସେ ଆଶ୍ୱାସନା ଦେଇ କହିଛନ୍ତି ଯେ, ତାଙ୍କର ପ୍ରଶାସନ ଏହି ସଂପର୍କକୁ ଆହୁରି ଦୃଢ କରିବାକୁ ଚେଷ୍ଟା ଜାରି ରଖିବ।

Get real time updates directly on you device, subscribe now.