ପ୍ରେମରେ ପ୍ରତାରଣା ଅଭିଯୋଗ ରେ ମାଲକାନଗିରି ଠାରେ କାର୍ଯ୍ୟରତ ପୋଲିସ ଅଧିକାରୀ କେସିଙ୍ଗା ଥାନାରେ ଅଟକ ।

ମାଲକାନଗିରି୧୮ା୧୨ (ଓଡିଶା ଭାସ୍କର); ମହିଳା ପୋଲିସଙ୍କୁ କଥାଦେଇ କଥାରକ୍ଷ୍ୟ କରି ନପାରି ଧୋକା ଦେବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ପୋଲିସ ଅଟକ ରଖିଛି ଜଣେ ପୋଲିସ ଅଧିକାରୀଙ୍କୁ l ଏହିପରି ଏକ ଘଟଣା ଘଟିଛି ମାଲକାନଗିରି ପୋଲିସ ହେଡ କ୍ୱାଟରରେ କାର୍ଯ୍ୟରତ ଥିବା ଡିଏସପି ଅକ୍ଷୟ କୁମାର ନାୟକଙ୍କ ବିରୁଦ୍ଧରେ । କଳାହାଣ୍ଡି ଜିଲା କେସିଙ୍ଗା ପୋଲିସ ଅକ୍ଷୟ କୁମାର ନାୟକଙ୍କୁ ଗିରଫ କରିଛି ।ପ୍ରାପ୍ତ ସୂଚନା ଅନୁସାରେ କେସିଙ୍ଗା ଥାନାରେ କାର୍ଯ୍ଯରତ ଥିବା ବେଳେ ଅକ୍ଷୟ କୁମାର ନାୟକ ଜଣେ ମହିଳା କନେଷ୍ଟବଳକୁ ପ୍ରେମ କରି ମନ୍ଦିରରେ ଗୁପ୍ତ ଭାବେ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ଅକ୍ଷୟ କୁମାର ନାୟକ ମାଲକାନଗିରି ଜିଲ୍ଲାକୁ ବଦଳି ହୋଇ ଡିଏସପି ଭାବେ କାର୍ଯ୍ୟ କରି ଆସୁଥିଲେ l ଡିଏସପି ଶ୍ରୀ ନାଏକଙ୍କ ନାମରେ ଜୈନେକ ମହିଳା କନଷ୍ଟେବଳଙ୍କୁ ବିବାହ ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ଏହାସହ ଯୌନ ନିର୍ଯାତନା ଓ ବ୍ଲାକ୍ମେଲିଂ କରିଥିବା ଅଭିଯୋଗ ରହିଛି ମଧ୍ୟ ରହିଛି। କେସିଙ୍ଗା ଠାରେ ଏସଡିପିଓ ଥିଲାବେଳେ ଜୈନେକ ମହିଳା କନଷ୍ଟେବଳଙ୍କୁ ବିବାହ କରିଥିଲେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।