fbpx

ମମତା ବେଇମାନ, ଅହଂକାରୀ, ସୋନିଆ କେବେ ବି ଭିକ ମାଗିବେ ନାହିଁ; ପୁଣି ଗର୍ଜିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ:କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଟିଏମସି ସୁପ୍ରିମୋ ମାୟାବତୀଙ୍କ ଉପରେ ଗର୍ଜିଛନ୍ତି । ମିଡିଆ ସହ ଆଲୋଚନା ସମୟରେ ଅଧୀର ରଞ୍ଜନ କହିଛନ୍ତି ସେହି ମହିଳା କେତେ ବେଇମାନ କେତେ ଅହଂକାରୀ ଏହା କାହାକୁ ଅଛପା ନାହିଁ । ଯେଉଁମାନେ ତାଙ୍କୁ ରାଜନୀତିରେ ଛିଡା କରିଛନ୍ତି ସେ ସେହିମାନଙ୍କୁ ନିଜର ଅହଂକାର ଦେଖାଉଛନ୍ତି ।

ପଶ୍ଚିମବଙ୍ଗରେ ମିଡିଆ ସହ ଆଲୋଚନା ସମୟରେ ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଏହି ମହିଳା (ମମତା) ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ନେତା ହୋଇଥିଲେ । ଏବେ ସେ ସୋନିଆ ଗାନ୍ଧୀଙ୍କ ନିକଟରେ ନିଜର ଅହଂକାର ଦେଖାଉଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ସୋନିଆ ଗାନ୍ଧୀ ତାଙ୍କୁ କେବେ ବି ଭିକ ମାଗିବେ ନାହିଁ । ତୁମ ଅହଂକାର ଗୋଟିଏ ଦିନରେ ହିଁ ଭାଙ୍ଗିଯିବ । ଯେହେତୁ ତୁମେ ମୋଦୀଙ୍କୁ ଧୋକା ଦେବାକୁ ଚାହୁଁନାହଁ ସେଥିପାଇଁ ଆପଣ ଆସନ ବଣ୍ଟା କ୍ଷେତ୍ରରେ କୌଣସି ବୁଝାମଣା କରିବାକୁ ଚାହୁଁନାହଁ ।

ବିଜେପି ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ବେଳେ ତୁମେ ହିନ୍ଦୁତ୍ୱ ରୋକିବାକୁ ନେଇ ରାଜନୀତି କରୁଛ । ତୁମର ଓ ବିଜେପି ମଧ୍ୟରେ ଭିତିରିଆ ବୁଝାମଣା ଚାଲିଛି ବୋଲି ସେ ମମତାଙ୍କ ନାମରେ ଅଭିଯୋଗ କରିଛନ୍ତି । ମୋଦୀ ଅଯୋଧ୍ୟାରେ କୀର୍ତ୍ତନ କରୁଛନ୍ତି ଆଉ ତୁମେ ଗଙ୍ଗାସାଗରର । ଅଧୀର ରଞ୍ଜନ କହିଛନ୍ତି ଅଯୋଧ୍ୟା ଓ ଗଙ୍ଗାସାଗର କ’ଣ ଆଗରୁ ନ ଥିଲା କି? ଏଠାରେ ସୂଚାଇ ଦିଆଯାଇପାରେ କି ଆଜି ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଏହି ବୈଠକରେ ମେଣ୍ଟକୁ ମଜଭୁତ କରିବା, ସିଟ୍ ବଣ୍ଟନ ଉପରେ ରଣନୀତି ପ୍ରସ୍ତୁତ ଓ ଏହି ମେଣ୍ଟର ସଂଯୋଜକ ନିଯୁକ୍ତିକୁ ନେଇ ଚର୍ଚ୍ଚା ହେବ ।

Get real time updates directly on you device, subscribe now.