ଏବେ କ’ଣ କରିବେ ମମତା? ପଦ ହରେଇ ଅଖାଡାରୁ ହେଲେ ବାହାର, ନାରୀ ହୋଇ କିନ୍ନର ଅଖାଡାର ହୋଇଥିଲେ ମୁଖ୍ୟ

ମମତାଙ୍କ ସହ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ଅଖାଡାରୁ ବାହାର କରାଗଲା । ମହାମଣ୍ଡଲେଶ୍ୱର ପଦ ବି ହାତରୁ ଗଲା ।

ପ୍ରୟାଗରାଜ: ପୁଣିଥରେ ମମତା କୁଲକର୍ନିଙ୍କୁ ନେଇ ଜୋର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କିଛିଦିନ ପୂର୍ବେ ମମତାଙ୍କୁ କିନ୍ନର ଅଖାଡାର ମହାମଣ୍ଡଲେଶ୍ୱର ଭାବେ ଦାୟିତ୍ୱ ଦିଆଯାଇଥିଲା । ଯାହାପାଇଁ ଅଖାଡ଼ା ନୀତି ନିୟମ ଅନୁସାରେ ତାଙ୍କର ସ୍ନାନ ଓ ରାଜ୍ୟାଭିଶେଷ କରାଯାଇଥିଲା । କିନ୍ତୁ ଏବେ ତାଙ୍କୁ ଅଖାଡ଼ାରୁ ବାହାର କରିଦିଆଯାଇଛି ।

ମମତା ଏବଂ ଲକ୍ଷ୍ମୀ ନାରାୟଣ ତ୍ରିପାଠୀଙ୍କୁ ମଧ୍ୟ ଅଖାଡ଼ାରୁ ବହିଷ୍କାର କରାଯାଇଛି । ଏଥିସହ ରୀତି ଅନୁସାରେ ଅଖାଡାର ନୂଆ ମହାମଣ୍ଡଲେଶ୍ୱର ନିଯୁକ୍ତ କରାଯିବ । ଏଥିସହ ପୁଣିଥରେ ନୂଆ କରି ଅଖାଡାର ପୂର୍ନଗଠନ କରାଯିବ ବୋଲି ଋଷି ଅଜୟ ଦାସ କହିଛନ୍ତି ।

ଦୁବାଇରେ ତପସ୍ୟା : ସନ୍ୟାସୀନୀ ହେବା ପରେ ମମତାଙ୍କର ନୂଆ ନାମକରଣ କରାଯାଇଥିଲା । ଯାହାଥିଲା ଶ୍ରୀ ୟମଇ ମମତା ନନ୍ଦ ଗିରି । କିନ୍ନର ଅଖାଡାର ସଂସ୍ଥାପକ ଅଜୟ ଦାସ କହିଛନ୍ତି ଜଣେ ସ୍ତ୍ରୀଙ୍କୁ କିନ୍ନର ଅଖାଡାର ମହାମଣ୍ଡଲେଶ୍ୱର କରିବା ଅନୁଚିତ୍ । ଏବେ କଣ କରିବେ ମମତା ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ସନ୍ୟାସୀନୀ ହେବା ପରେ ମମତା ଗଣମାଧ୍ୟମକୁ ନଜର ପ୍ରତିକ୍ରିୟା ଦେଇ କହିଥିଲେ, ୧୯୯୬ରୁ ସେ ଆଧ୍ୟାତ୍ମ୍ୟ ଦିଗ ଆଡ଼କୁ ଆକର୍ଷିତ ହୋଇଥିଲେ । ୨୦୦୦ରୁ ୨୦୧୨ ପର୍ଯ୍ୟନ୍ତ ମମତା ଦୁବାଇରେ ତପସ୍ୟା କରୁଥିବା କହିଥିଲେ ।