fbpx

ମମତା ଯୋଜନା: ୨ ଗୁଣା ହେଲା ସହାୟତା ରାଶି, ଦୁଇଟି କିସ୍ତିରେ ମିଳିବ ଟଙ୍କା

ଭୁବନେଶ୍ୱର: ମମତା ଯୋଜନାରେ ୨ ଗୁଣା ବଢିଲା ସହାୟତା ରାଶି । ୫ ହଜାରରୁ ୧୦ ହଜାର ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର । ୨ଟି କିସ୍ତିରେ ୬ ହଜାର ଓ ୪ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଛି । ୪ ମାସର ବକେୟା ରାଶି ହିତାଧିକାରୀଙ୍କୁ ମିଳିବ । ଫେବୃଆରୀ ୨୦ ତାରିଖରୁ ୨୫ ତାରିଖ ମଧ୍ୟରେ ଏହି ସହାୟତା ରାଶି ମିଳିବ ବୋଲି ଘୋଷଣା କରାଯାଇଛି ।

ସୂଚନା ଅନୁଯାୟୀ, ଅଗଷ୍ଟ ୨୦୨୩ ରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହା ମିଳିବ ବୋଲି ଘୋଷଣା କରାଯାଇଛି । ମାତୃ ଓ ଶିଶୁମୃତ୍ୟୁ ହ୍ରାସ କରିବାକୁ ମମତା ଯୋଜନା କରାଯାଇଛି । ଗର୍ଭଧାରଣର ୬ ମାସ ପରେ ପ୍ରଥମ କିସ୍ତିରେ ୬ ହଜାର ଟଙ୍କା ମିଳିବ । ଦ୍ୱିତୀୟ କିସ୍ତିରେ ୪ ହଜାର ଟଙ୍କା ଗର୍ଭଧାରଣର ୧୦ ମାସରେ ଦିଆଯିବ । ୧୯ ବର୍ଷରୁ ଅଧିକ ସବୁ ଗର୍ଭବତୀ ମହିଳା ୨ ଜୀବିତ ସନ୍ତାନ ପାଇଁ ସହାୟତା ପାଇବେ ।

Get real time updates directly on you device, subscribe now.