fbpx

(Video) ବାର୍ଦ୍ଧକ୍ୟ ବେଳେ ଉଚ୍ଛୁଳା ପ୍ରେମ! ୯ ବର୍ଷର ଝିଅକୁ ‘ପତ୍ନୀ’ କରିବା ପାଇଁ କିଣିଲା ୫୫ ବର୍ଷୀୟ ବୃଦ୍ଧ

Advertisement

କାବୁଲ: ତାଲିବାନ୍ ଶାସିତ ଆଫଗାନିସ୍ତାନରୁ ଏକ ଛୋଟ ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓର ପ୍ରଥମ ଝିଅଟି ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ନଜର ଆସିଛି ଓ ଏହା ପରେ ତାଙ୍କ ମାତା-ମାତା ଏକ ରୁମକୁ ନେଇ ତାକୁ ଜଣେ ବୟସ୍କ ବ୍ୟକ୍ତିକୁ ହସ୍ତାନ୍ତର କରୁଛନ୍ତି । ଏହା ବଦଳରେ ବୟସ୍କ ବ୍ୟକ୍ତି ତାଙ୍କୁ କିଛି ଟଙ୍କା ଦେଉଥିବା ନଜର ଆସିଛି ।

ଏହି ଭିଡିଓକୁ ସିଏନଏନ ରେକର୍ଡ କରିଛି । କୁହାଯାଉଛି ଯେ, ଝିଅର ବାପା ତାଙ୍କୁ ଏଥିପାଇଁ ବିିକ୍ରି କରିଛନ୍ତି, ଯାହାଦ୍ୱାରା ସେ ଘରର ଅନ୍ୟ ଲୋକମାନଙ୍କୁ ଖାଇବା ଯୋଗାଇବା ପାରିବେ । ଅନ୍ୟପଟେ ଝିଅକୁ କିଣିଥିବା ବ୍ୟକ୍ତି ନିଜକୁ ୫୫ ବର୍ଷ ଓ ନାବାଳିକାକୁ ୯ ବର୍ଷ ବୋଲି ଟିଭିରେ କହିଥିଲା । ସେ ଝିଅକୁ ବଡ଼ ହେବା ଯାଏଁ ଅପେକ୍ଷା କରିବ ।

ରିପୋର୍ଟ ଅନୁସାରେ, ୯ ବର୍ଷର ଝିଅକୁ ଝିଅକୁ କିଣିଥିବା ଲୋକଙ୍କ ନାଁ ହେଉଛି କୁର୍ବାନ । ଝିଅର ପିତା କୁର୍ବାନକୁ ଝିଅର ଯତ୍ନ ନେବାକୁ କହିଥିଲେ । ଏହାର ଉତ୍ତର ଦେବାକୁ ଯାଇ କୁର୍ବାନ କହିଥିଲା ଯେ, ‘ଏହି ଝିଅ ଏବେ ମୋ ପତ୍ନୀ । ମୋର ଯାହା ମନ ହେବ, ମୁଁ ତା ସହ କରିବି ।’

ତେବେ କୁର୍ବାନର ଏହା ଦ୍ୱିତୀୟ ବିବାହ । ପ୍ରଥମ ପତ୍ନୀଙ୍କ ଠାରୁ ତାଙ୍କର ୪ ଝିଅ ଏବଂ ଗୋଟିଏ ପୁଅ ଅଛି । ସିଏନଏନର ଏହି ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତି କିପରି ନିଜର କାମୁକ ଇଛାକୁ ପୂରଣ କରିବା ପାଇଁ ୯ ବର୍ଷର ଝିଅକୁ କିଣିଛି ବୋଲି ଲୋକେ କହୁଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୭ ରେ ଦେଓବନ୍ଦର ମୁଫତି ତାରିକ କାସମି କହିଥିଲେ ଯେ, ‘ ବାହାଘର ପାଇଁ ଝିଅର ବୟସ ୯ ବର୍ଷ ଏବଂ ପୁଅର ବୟସ ୧୪ ବର୍ଷ ହେବା ଯଥେଷ୍ଟ । ଯଦି ଆମେ ଶାରୀରିକ ସମ୍ପର୍କ ସ୍ଥାପନ କରିବା କଥା କହିବା, ତେବେ ଇରାନର ପ୍ରତିଷ୍ଠାତା ଆୟତୋଲ୍ଲା ଖୋମେନି କୁହନ୍ତି ଯେ, ‘ଝିଅକୁ ୯ ବର୍ଷ ବୟସ ହେବା ପୂର୍ବରୁ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନୁହେଁ । ଏହା ଏକ ସ୍ଥାୟୀ କିମ୍ବା ଅସ୍ଥାୟୀ ବିବାହ ହେଉ ନା କାହିଁକି । ଅବଶ୍ୟ ଶାରୀରିକ ସମ୍ପର୍କ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକଳାପ ମଧ୍ୟ କରାଯାଇପାରିବ, ଯେପରିକି କାମୁକ ଟଚ୍, ଆଲିଙ୍ଗନ କରିବା ଇତ୍ୟାଦି ।’

Get real time updates directly on you device, subscribe now.