fbpx

ମଦ ନିଶାରେ ମାମୁଁର ଭାଣିଜୀକୁ ପୋଡ଼ି ହତ୍ୟା ଉଦ୍ୟମ, ଗୁରୁତ୍ତର ଅବସ୍ଥାରେ ପୀଡ଼ିତା ମେଡିକାଲରେ ଭର୍ତ୍ତି

ବ୍ରହ୍ମପୁର: ମଦ ନିଶାରେ ହିତାହତ ଜ୍ଞାନ ହରାଇଛି ମାମୁଁ । ନିଶାଗ୍ରସ୍ଥ ଅବସ୍ଥାରେ ଭାଣିଜୀକୁ ପୋଡ଼ି ହତ୍ୟା ଉଦ୍ୟମ କରିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ବୈଦନାଥପୁର ଥାନା ଅନ୍ତର୍ଗତ ବିଦ୍ୟାନଗର ଅଞ୍ଚଳରେ । ମଦ୍ୟପ ମାମୁଁ ନିଶାଗ୍ରସ୍ଥ ଅବସ୍ଥାରେ ୧୩ ବର୍ଷର ଭାଣିଜୀକୁ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଛି ।

ପୋଡ଼ି ହୋଇ ଗୁରୁତ୍ତର ହୋଇପଡ଼ିଥିଲେ ପୀଡ଼ିତା । ଏହା ପରେ ସ୍ଥାନୀୟ ଲୋକେ ପୀଡିତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତ ମାମୁଁଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.