ଯାଜପୁର: ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତର ପରିଚୟ ଅନୀଲ ଜେନା ଭାବେ ହୋଇଛି। ବିରଜା ପୀଠରୁ ଫେରିବା ବେଳେ ଅସଦାଚରଣ କରିଥିବା ଅଭିଯୋଗରେ ଅନୀଲ ଜେନାକୁ ବାନ୍ଧିଲା ପୋଲିସ।
ଯାଜପୁରରେ ଦିଲ୍ଲୀ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ ହୋଇଥିଲା। ଦଶରଥପୁର ଥାନା ଭଦ୍ରକ ପଡ଼ିଆ ନିକଟରେ ଅସଦାଚରଣ ହୋଇଥିଲା। ଯୁବତୀ ସ୍ଥାନୀୟ ବାନ୍ଧବୀଙ୍କ ସହ ବିରଜା ମନ୍ଦିର ଦର୍ଶନ ସାରି ଫେରିବା ବେଳେ ଅଘଟଣ ଘଟିଥିଲା ।
ଦୁଇ ଯୁବତୀଙ୍କୁ ଅଟକାଇ ଦୁଇ ଯୁବକ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ଡ୍ରେସକୁ ଟଣା ଓଟରା କରଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହେଇଥିଲା। ଦୁଇ ଯୁବକ ଅନିଲ ଜେନା ଏବଂ ନୀତେଶ ଜେନା ବୋଲି ଜଣାପଡିଥିଲା।
ସୂଚନା ଯୋଗ୍ୟ; ଯାଜପୁର ଦଶରଥପୁର କରଞ୍ଜମାଳ ତରାଙ୍ଗ ସାଗରପୁର ଗ୍ରାମର ତପସ୍ୱିନୀ ଦାଶଙ୍କ ସାଙ୍ଗ ଦିଲ୍ଲୀରୁ ଆସିଥିଲେ। ଗତ ରବିବାର ସନ୍ଧ୍ୟା ସମୟରେ ଯାଜପୁର ବିରଜାଙ୍କ ଦର୍ଶନ ସାରି ବସ୍ ଯୋଗେ ଘରକୁ ଫେରିଥିଲେ।
ନନ୍ଦିପୁର ସ୍ଥିତ ଭଦ୍ରଖ ପଡିଆ ପାଖରେ ଦୁଇ ଯୁବତୀଙ୍କୁଙ୍କୁ ଦୁଇ ଜଣ ଯୁବକ ଅସଦାଚରଣ କରିଥିଲେ। ସେମାନଙ୍କୁ ଅଟକାଇ ଅସଭ୍ୟ ଭାଷା କହିବା ସହ ତାଙ୍କ ହାତ ଏବଂ ପିନ୍ଧି ଥିବା ବସ୍ତ୍ରକୁ ଟଣା ଓଟରା କରଥିବା ନେଇ ଦଶରଥପୁର ଥାନାରେ ଅଭିଯୋଗ ହେଇଛି।