fbpx

ରାଜଧାନୀରେ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କ ହାଣିଲେ ଦୁର୍ବୁତ୍ତ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନଦ୍ୱିପ୍ରହରରେ ରାଜଧାନୀ ଛାତି ଉପରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୬ ଦୁର୍ବୁତ୍ତ । ଜୟଦେବ ବିହାର ଅଞ୍ଚଳରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା ।

ସୂଚନା ଅନୂଯାୟୀ, ନୟାପଲ୍ଲୀ ଥାନା ଜୟଦେବ ବିହାର ଅଞ୍ଚଳରେ କିଛି ଦୁର୍ବୁତ୍ତ ଜଣେ ଯୁବକଙ୍କୁ ବସ୍ତିରେ ଦାଦାବଟି, ବ୍ରାଉନ ସୁଗାରକୁ ବିରୋଧ କରିବାରୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି । ଫଳରେ ବ୍ୟକ୍ତିଙ୍କ ଦୁଇ ହାତରେ ଗଭୀର କ୍ଷତ ହୋଇଥିଲା, ପରେ ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲ(Capital hospital)ରେ ଭର୍ତ୍ତିକରାଯାଇଛି । ସେପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହିପରି ଏକ ଘଟଣା ଜଳେଶ୍ୱର କୁସୁରା ଗାଁରେ ଦେଖିବାକୁ ମିଳିଛି । ଯେଉଁଠାରେ ଜ୍ୱାଇଁ ନିଜ ଶ୍ୱଶୁରଙ୍କ ହାଣି ହତ୍ୟା କରିଛି । ଖାଲି ସେତିକି ନୁହେଁ ଉନ୍ମତ୍ତ ଜ୍ୱାଇଁ ଶାଶୁ ଏବଂ ଶାଳିକୁ ବି ଆକ୍ରମଣ କରିଛି, ଗୁରୁତର ଅବସ୍ଥାରେ ସେମାନଙ୍କୁ ଜଳେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.