fbpx

ୟୁପିର ଏକ ପରିବାରରେ ବୀଭତ୍ସ ହତ୍ୟାକାଣ୍ଡ; ସ୍ତ୍ରୀକୁ ହାତୁଡ଼ିରେ ଛେଚିଲେ, ପିଲାଙ୍କୁ ଛାତରୁ ଫିଙ୍ଗିଲେ, ଶେଷରେ ନିଜେ ଜୀବନ ହାରିଲେ ବ୍ୟକ୍ତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଏକ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଆଲେଡ଼ନ ସୃଷ୍ଟି କରିଛି । ରିପୋର୍ଟରୁ ପ୍ରକାଶ ଜଣେ ଯୁବକ ନିଜ ପରିବାର ସଦସ୍ୟଙ୍କ ନିର୍ମମ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି । ଏହି ମାମଲାରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

ସୂଚନାରୁ ପ୍ରକାଶା ଉତ୍ତର ପ୍ରଦେଶ ସୀତାପୁର ସ୍ଥିତ ମଥୁରା ଥାନା ଆନ୍ତର୍ଗତ ପହ୍ଲାପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି । ପହ୍ଲାପୁର ଗାଁର ଅନୁରାଗ ସିଂହ(୪୫) ରାତିରେ ମାଆ ସାବିତ୍ରୀ ଦେବୀ(୬୨), ସ୍ତ୍ରୀ ପ୍ରିୟଙ୍କା ସିଂହ(୪୦) ଏବଂ ୨ ଝିଅ ଓ ଗୋଟିଏ ପୁଅ(୬ରୁ ୧୨ ବର୍ଷ)ଙ୍କ ନିର୍ମମ ହତ୍ୟା କରିଥିଲେ । ପ୍ରଥମେ ସେ ତାଙ୍କ ମାଆଙ୍କୁ ଗୁଳି କରିବା ପରେ ସ୍ତ୍ରୀଙ୍କୁ ହାତୁଡ଼ିରେ ପିଟି ହତ୍ୟା କରିଥିଲେ । ଏହା ପରେ ୩ ଜଣ ପିଲାଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ । ଏହା ପରେ ସେ ନିଜେ ଆତ୍ମହତ୍ୟା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ପୋଷ୍ଟମଟମ୍ ପାଇଁ ପଠାଇଥିଲା । ଏହି ମାମଲାରେ ପୋଲିସ ମୃତକଙ୍କ ପଡ଼ିଶା ଏବଂ ସମ୍ପର୍କୀୟଙ୍କୁ ପଚରାଉଚରା ଜାରି ରଖିଛି । ତେବେ ପ୍ରାଥମିକ ରିପୋର୍ଟରୁ ପ୍ରକାଶ ଯେ ଅନୁରାଗ(ଅଭିଯୁକ୍ତ) ଜଣେ ନିଶାଡି ଥିବା ସହ ମାନସିକ ଭାବେ ଚାପଗ୍ରସ୍ତ ରହୁଥିଲେ ।
ଅପରପକ୍ଷରେ ଏହି ମାମଲାକୁ ନେଇ ସୀତାପୁର ଏସଏସପି ଚକ୍ରେଶ ମିଶ୍ରାଙ୍କ କହିବାନୁଯାୟୀ ଅନୁରାଗ ସିଂହ ନାମକ ଜଣେ ମାନସିକ ରୋଗୀ ନିଜ ପରିବାରର ୫ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ମଥୁରାର ରାମପୁର ପୋଲିସ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଏବଂ ଏଫଏସଏଲ ଟିମ୍ ଦ୍ୱାରା ଏହି ଘଟଣାର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.